ନୂଆଦିଲ୍ଲୀ: ଇନଫ୍ରାଷ୍ଟ୍ରକଚର ଫାର୍ମ ଏଲ୍ ଆଣ୍ଡ ଟିର ନିର୍ମାଣ ଶାଖା ୧,୬୭୨ କୋଟି ଟଙ୍କାର କାମ ପାଇଛି। କଂପାନୀ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି।
ଏଥିରୁ ଗୋଟିଏ କାମ ୯୬୭ କୋଟି ଟଙ୍କାର। ଉତ୍ତର ପ୍ରଦେଶର ଆଭାସ ବିକାଶ ପରିଷଦ ଏକ ରେସିଡେନସିଆଲ୍ ପ୍ରୋଜେକ୍ଟ ନିର୍ମାଣ ପାଇଁ ଏହି ଅର୍ଡର ଦେଇଛି। ଲକ୍ଷ୍ନୌରେ ଏହି ପ୍ରକଳ୍ପ ନିର୍ମାଣ ହେବ।
ସେହିପରି କଂପାନୀର ବିଦ୍ୟୁତ୍ ଓ ପରିବହନ ବ୍ୟବସାୟ ଶାଖା ୫୮୦ କୋଟି ଟଙ୍କାର ପ୍ରୋଜେକ୍ଟ ଅନ୍ତର୍ଜାତୀୟ ସ୍ତରରେ ପାଇଛି।
କଂପାନୀର ୱାଟର ଟ୍ରିଟ୍ମେ ବ୍ୟବସାୟ ଶାଖା ୧୨୫ କୋଟି ଟଙ୍କାର କାମ ପାଇଛି।