ବଜାରକୁ ଆସିଲା ଲାଭାର ଦୁଇଟି ସ୍ମାର୍ଟ ଫୋନ୍

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଛି ଲାଭାର ଦୁଇଟି ସ୍ମାର୍ଟଫୋନ୍  A72 ଓ A76। 4G ସୁବିଧା ଉପଲବ୍ଧ ଥିବା ଏହି ଦୁଇଟି ସ୍ମାର୍ଟଫୋନ ମଧ୍ୟରୁ A72ର ମୂଲ୍ୟ ୬,୪୯୯ ଟଙ୍କା ଥିବା ବେଳେ  A76ର ମୂଲ୍ୟ ରହିଛି ୫,୬୯୯ ଟଙ୍କା। ଖୁବ୍ ଶୀଘ୍ର ଏହି କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ A89 ଲଞ୍ଚ କରିବାକୁ ଯାଉଛି। ଏହାର ମୂଲ୍ୟ ୫,୯୯୯ ଟଙ୍କା ରହିଛି। ଏହି ତିନୋଟି ସ୍ମାର୍ଟଫୋନ୍‌ରରେ 1.5ghz କ୍ୱାଡକୋର୍ ପ୍ରୋସେସର୍ ସହିତ 1GB ରାମ୍ […]

lava_a72

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 12:35 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଛି ଲାଭାର ଦୁଇଟି ସ୍ମାର୍ଟଫୋନ୍  A72 ଓ A76। 4G ସୁବିଧା ଉପଲବ୍ଧ ଥିବା ଏହି ଦୁଇଟି ସ୍ମାର୍ଟଫୋନ ମଧ୍ୟରୁ A72ର ମୂଲ୍ୟ ୬,୪୯୯ ଟଙ୍କା ଥିବା ବେଳେ  A76ର ମୂଲ୍ୟ ରହିଛି ୫,୬୯୯ ଟଙ୍କା। ଖୁବ୍ ଶୀଘ୍ର ଏହି କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ A89 ଲଞ୍ଚ କରିବାକୁ ଯାଉଛି। ଏହାର ମୂଲ୍ୟ ୫,୯୯୯ ଟଙ୍କା ରହିଛି।

ଏହି ତିନୋଟି ସ୍ମାର୍ଟଫୋନ୍‌ରରେ 1.5ghz କ୍ୱାଡକୋର୍ ପ୍ରୋସେସର୍ ସହିତ 1GB ରାମ୍ ଦିଆଯାଇଛି। ଏହାସହିତ ଏଗୁଡ଼ିକରେ 8GBର ଇଣ୍ଟରନାଲ୍ ମେମୋରି ଅଛି ଯାହାକୁ ମାଇକ୍ରୋ ଏସ୍‌ଡି କାର୍ଡ ଜରିଆରେ ବୃଦ୍ଧି କରାଯାଇପାରିବ। ଏହି ସ୍ମାର୍ଟ ଫୋନ୍‌ଗୁଡ଼ିକରେ ୫ ମେଗାପିକ୍ସଲ କ୍ୟାମେରା ରହିଛି।

ତେବେ A89 ସ୍ମାର୍ଟଫୋନ୍‌ରେ ୨ ମେଗାପିକ୍ସଲ ରିୟର୍ ଓ A76 ଫ୍ରଣ୍ଟରେ VGA କ୍ୟାମେରା ଲାଗିଛି।

A72ରେ 2,500mAH ବ୍ୟାଟେରୀ ଥିବା ବେଳେ A89ରେ 2,00mAH ଓ A76ରେ 1,850mAH ବ୍ୟାଟେରୀ ଲାଗିଛି।

Related story