ଜୈଦିଶପୁର-ହଳଦିଆ-ବୋକାରୋ-ଧାମରାକୁ ନିର୍ମାଣ ହେବ ପାଇପ୍‌ ଲାଇନ୍‌ ଗ୍ରୀଡ୍‌

ଭୁବନେଶ୍ୱର: ଜୈଦିଶପୁର-ହଳଦିଆ-ବୋକାରୋ-ଧାମରାକୁ ପାଇପ୍‌ ଲାଇନ୍‌ ଗ୍ରୀଡ୍‌ ନିର୍ମାଣ କରାଯିବ। ଏହି ଗ୍ରୀଡ୍‌ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଦେଇ ଯିବ।  ଏଥିପାଇଁ ୧୨,୯୪୦ କୋଟି ଟଙ୍କା ଖର୍ଚ୍ଚ କରିବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ। “ଘରକୁ ଘର ଏଲ୍‌ପିଜି ପାଇପ୍‌ ଯୋଗାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ସେଥିରେ ଓଡ଼ିଶାର ଭୁବନେଶ୍ୱର ଓ କଟକ ରହିଛି” ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପାଇପ […]

lpg-gas

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 09:34 PM IST

ଭୁବନେଶ୍ୱର: ଜୈଦିଶପୁର-ହଳଦିଆ-ବୋକାରୋ-ଧାମରାକୁ ପାଇପ୍‌ ଲାଇନ୍‌ ଗ୍ରୀଡ୍‌ ନିର୍ମାଣ କରାଯିବ। ଏହି ଗ୍ରୀଡ୍‌ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଦେଇ ଯିବ।  ଏଥିପାଇଁ ୧୨,୯୪୦ କୋଟି ଟଙ୍କା ଖର୍ଚ୍ଚ କରିବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ।

“ଘରକୁ ଘର ଏଲ୍‌ପିଜି ପାଇପ୍‌ ଯୋଗାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ସେଥିରେ ଓଡ଼ିଶାର ଭୁବନେଶ୍ୱର ଓ କଟକ ରହିଛି” ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପାଇପ ଲାଇନ ଯିବାକୁ ଥିବା ଅନ୍ୟ ସହରଗୁଡିକ ହେଲେ ବାରଣାସୀ, ପାଟନା, ରାଞ୍ଚି, ଜାମସେଦପୁର ଓ କୋଲକାତା। ଏଥିପାଇଁ ୧୯ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ପାଇଁ ଯୋଜନା କରାଯିବ।

Related story