LYF Flame 4G ସ୍ମାର୍ଟଫୋନ୍‌ର ଦର କମାଇଲା ରିଲାଏନ୍ସ

ନୂଆଦିଲ୍ଲୀ: ଶନିବାର ଦିନ LYF Flame 4G ସ୍ମାର୍ଟଫୋନ୍‌ର ୨୫% ଦର ହ୍ରାସ କରିଛି ରିଲାଏନ୍ସ। ପୂର୍ବରୁ ଏହି ସ୍ମାର୍ଟଫୋନ୍‌ର ଦର ୪,୦୦୦ଟଙ୍କା ଥିଲା ବେଳେ ଏହାକୁ ହ୍ରାସ କରି ଏବେ ୨,୯୯୯ଟଙ୍କା କରିଛି। 4G ସ୍ମାର୍ଟ ଫୋନ୍‌ ବଜାରରେ ଏହି ଫୋନ୍‌ଟି ସବୁଠୁ ସସ୍ତା ସ୍ମାର୍ଟଫୋନ୍‌ ବୋଲି ଦାବି କରିଛି ରିଲାଏନ୍ସ। ରିଲାଏନ୍ସର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“୨,୯୯୯ଟଙ୍କାରେ LYF Flameର ୪ଟି ମଡେଲ ଏବେ ଭାରତୀୟ ବଜାରରେ ଉପଲବ୍ଧ ହେବ। ଏହି ସ୍ମାର୍ଟ ଫୋନ୍‌ […]

reliance-lyf-flame1-big

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 05:19 PM IST

ନୂଆଦିଲ୍ଲୀ: ଶନିବାର ଦିନ LYF Flame 4G ସ୍ମାର୍ଟଫୋନ୍‌ର ୨୫% ଦର ହ୍ରାସ କରିଛି ରିଲାଏନ୍ସ। ପୂର୍ବରୁ ଏହି ସ୍ମାର୍ଟଫୋନ୍‌ର ଦର ୪,୦୦୦ଟଙ୍କା ଥିଲା ବେଳେ ଏହାକୁ ହ୍ରାସ କରି ଏବେ ୨,୯୯୯ଟଙ୍କା କରିଛି। 4G ସ୍ମାର୍ଟ ଫୋନ୍‌ ବଜାରରେ ଏହି ଫୋନ୍‌ଟି ସବୁଠୁ ସସ୍ତା ସ୍ମାର୍ଟଫୋନ୍‌ ବୋଲି ଦାବି କରିଛି ରିଲାଏନ୍ସ।

ରିଲାଏନ୍ସର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“୨,୯୯୯ଟଙ୍କାରେ LYF Flameର ୪ଟି ମଡେଲ ଏବେ ଭାରତୀୟ ବଜାରରେ ଉପଲବ୍ଧ ହେବ। ଏହି ସ୍ମାର୍ଟ ଫୋନ୍‌ ଜିଓ ସିମ୍‌ ସହ ଇ-କମର୍ସ ସାଇଟ୍‌ ଓ ଖୋଲା ବଜାରରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ପୂର୍ବରୁ ଏହି ସ୍ମାର୍ଟଫୋନ୍‌ର ଦର ୪,୦୦୦ଟଙ୍କା ଥିଲା। ରିଲାଏନ୍ସ ଜିଓ ଦିନକୁ ଦିନ ଲୋକାଦୃତ ହେଉଛି। ଏହି କାରଣରୁ କମ୍ପାନି ପକ୍ଷରୁ ଏହି ବିକ୍ରି ଆରମ୍ଭ କରାଯାଇଛି।”

ଏହି ସ୍ମାର୍ଟଫୋନ୍‌ରେ ୯୦ ଦିନ ପାଇଁ 4G ମୋବାଇଲ ଡାଟା ଓ ଫୋନ୍‌ କଲ୍‌ ମାଗଣାରେ ଦେବ କମ୍ପାନୀ।

ଏହି ଫୋନ୍‌ରେ 4-inch display, quad-core processor with 1.5 gigahertz speed, 512 MB RAM, 4GB internal memory, 32 GB expandable memory, 5 MP rear camera, 2 MP front camera Ta 1,700 mAh battery ସୁବିଧା ରହିଛି।

Related story