ମାଲ୍ୟାଙ୍କ ୬,୬୩୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ମୋଟ ୬,୬୩୦ କୋଟି ଟଙ୍କାର ସମ୍ପତ୍ତି, ଅଂଶଧନ ଓ ଆସେଟ୍ସକୁ ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମାଲ୍ୟାଙ୍କ ମୁମ୍ବାଇ, ବେଙ୍ଗାଲୁରୁ ଓ ଦେଶର ଅନ୍ୟ ବଡ଼ ବଡ଼ ସହରରେ ଥିବା ସମ୍ପତ୍ତିକୁ ମଧ୍ୟ ବାଜ୍ୟାପ୍ତି କରିଛି ଇଡି। ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ୪୨୪୩.୮୪  କୋଟି ଟଙ୍କା ରହିଛି। ସେଗୁଡିକ ମଧ୍ୟରେ ଅଲ୍ଲିବାଗ୍‌ର ମାଣ୍ଡୱା ଫାର୍ମ ହାଉସ୍‌( ୨୫ କୋଟି ଟଙ୍କା), ବେଙ୍ଗାଲୁରୁରେ ଥିବା କିଙ୍ଗଫିସର ଟାୱାର […]

mallya

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 07:08 PM IST

ନୂଆଦିଲ୍ଲୀ: ବିଦେଶୀ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ମୋଟ ୬,୬୩୦ କୋଟି ଟଙ୍କାର ସମ୍ପତ୍ତି, ଅଂଶଧନ ଓ ଆସେଟ୍ସକୁ ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମାଲ୍ୟାଙ୍କ ମୁମ୍ବାଇ, ବେଙ୍ଗାଲୁରୁ ଓ ଦେଶର ଅନ୍ୟ ବଡ଼ ବଡ଼ ସହରରେ ଥିବା ସମ୍ପତ୍ତିକୁ ମଧ୍ୟ ବାଜ୍ୟାପ୍ତି କରିଛି ଇଡି।

ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ୪୨୪୩.୮୪  କୋଟି ଟଙ୍କା ରହିଛି। ସେଗୁଡିକ ମଧ୍ୟରେ ଅଲ୍ଲିବାଗ୍‌ର ମାଣ୍ଡୱା ଫାର୍ମ ହାଉସ୍‌( ୨୫ କୋଟି ଟଙ୍କା), ବେଙ୍ଗାଲୁରୁରେ ଥିବା କିଙ୍ଗଫିସର ଟାୱାର ଫ୍ଲାଟ (୫୬୫ କୋଟି ଟଙ୍କା), ଏଚ୍‌ଡିଏଫ୍‌ସିରେ ଥିବା ୧୦ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ଓ ୟୁଏସ୍‌ଏଲ, ୟୁବିଏଲ୍‌ ଓ ମାକ୍‌ଡାୱେଲ ହୋଲ୍ଡିଂ କୋ.ର ଅଂଶଧନ ରହିଛି। ଏହାସହ ମାଲ୍ୟା/ୟୁବିଏଚ୍‌ଏଲ୍‌ରେ ଥିବା ଓ ତାଙ୍କ ଦ୍ୱାରା ଅଧିକୃତ ୩୬୩୫ କୋଟି ଟଙ୍କାର ସେୟାର ମଧ୍ୟ ରହିଛି।

ଇଡି କହିଛି ଯେ,“ବର୍ତ୍ତମାନର ବଜାର ମୂଲ୍ୟ ହିସାବରେ ପାଖାପାଖି ୬୬୩୦ କୋଟିର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି।”

ଏହାସହ ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟ ବର୍ତ୍ତମାନର ବଜାର ଦର ଅନୁସାରେ  ମାଲ୍ୟା ଓ ତାଙ୍କ କମ୍ପାନୀର ମୋଟ ୮୦୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂଯୁକ୍ତ କରିଛି।

ମାଲ୍ୟାଙ୍କ ବିପକ୍ଷରେ ଦୁଇଟି ପୃଥକ ପୃଥକ ଅର୍ଥ ହେରଫେର ମାମଲାର ତଦନ୍ତ କରୁଛି ଇଡି। ଋଣ ପରିଶୋଧ ନ କରିବା ମାମଲା ଓ ଆଇଡିବିଆଇ ବ୍ୟାଙ୍କଠାରୁ ୯୦୦କୋଟି ଟଙ୍କା ଋଣ ନେଇ ପରିଶୋଧ ନ କରିବା ମାମଲାର ତଦନ୍ତ ଏହି ସଂସ୍ଥା କରୁଛି।

ଏସ୍‌ବିଆଇକୁ ମିଶାଇ ୧୭ଟି ବ୍ୟାଙ୍କର ମୋଟ ୯୪୦୦କୋଟି ଋଣ ପରିଶୋଧ କରି ନ ଥିବା ମାଲ୍ୟାଙ୍କ ନାମରେ ଅଭିଯୋଗ ରହିଛି।

ମାର୍ଚ୍ଚ ୨ ରେ ମାଲ୍ୟା ଭାରତରୁ ଲଣ୍ଡନକୁ ପଳାଇଥିଲେ।

Related story