Advertisment

ଆଇଏମଏଫ୍ ଦେଲା ଇସାରା, ସୁଧୁରୁଛି ଦେଶର ଅର୍ଥନୀତି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଉଜୁଡି ଯାଇଥିବା ଦେଶର ଅର୍ଥନୀତି ଏବେ ସଜାଡି ହେଉଛି। ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ (ଆଇଏମଏଫ) ଆଜି ଏହା କହିଛି। ଏପ୍ରିଲ ୬ରେ ଆଇଏମଏଫ ‘ଓ୍ୱାର୍ଲଡ ଇକୋନମିକ ଆଉଟଲୁକ’ ରିପୋର୍ଟ ଜାରି କରିବ। ଏହା ପୂର୍ବରୁ ଆଇଏମଏଫ ଭାରତର ଅର୍ଥନୀତି ସୁଧୁରୁଥିବା ନେଇ କହିଛି। ଯାହାକି ଦେଶର ଅର୍ଥବ୍ୟବସ୍ଥା ପାଇଁ ସକାରାତ୍ମକ। ଆଇଏମଏଫର ମୁଖପାତ୍ର ଗେରି ରାଇସ୍ କହିଛନ୍ତି, ଭାରତର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ଟ୍ରାକକୁ ଫେରୁଛି। ୨୦୨୦ ଆର୍ଥିକ ବର୍ଷର ଚତୁର୍ଥ […]

ଅଦ୍ୟତନ ହୋଇଛି
୨୦୨୧ରେ ଭାରତର ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିପାରେ

IMF

Advertisment

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଉଜୁଡି ଯାଇଥିବା ଦେଶର ଅର୍ଥନୀତି ଏବେ ସଜାଡି ହେଉଛି। ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ (ଆଇଏମଏଫ) ଆଜି ଏହା କହିଛି। ଏପ୍ରିଲ ୬ରେ ଆଇଏମଏଫ 'ଓ୍ୱାର୍ଲଡ ଇକୋନମିକ ଆଉଟଲୁକ' ରିପୋର୍ଟ ଜାରି କରିବ। ଏହା ପୂର୍ବରୁ ଆଇଏମଏଫ ଭାରତର ଅର୍ଥନୀତି ସୁଧୁରୁଥିବା ନେଇ କହିଛି। ଯାହାକି ଦେଶର ଅର୍ଥବ୍ୟବସ୍ଥା ପାଇଁ ସକାରାତ୍ମକ।

Advertisment

ଆଇଏମଏଫର ମୁଖପାତ୍ର ଗେରି ରାଇସ୍ କହିଛନ୍ତି, ଭାରତର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ଟ୍ରାକକୁ ଫେରୁଛି। ୨୦୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରୁ ଭାରତର ଅଭିବୃଦ୍ଧି ହାର ସକାରାତ୍ମକ ରହିଛି ବୋଲି ସେ କହିଛନ୍ତି। ମହାମାରୀ ବେଳେ ଭାରତର ଅଭିବୃଦ୍ଧି ହାର ନେଗେଟିଭ୍ ରହିଥିଲା। ହେଲେ ପ୍ରଥମ ଥର ପାଇଁ ଚତୁର୍ଥ ତ୍ରୈମାସରୁ ସକାରାତ୍ମକ ରହିଛି।

ଏହାବାଦ ଚଳିତ ବର୍ଷର ପ୍ରଥମ ତିନିମାସରେ ପିଏମଆଇ ବ୍ୟାପାର ଏବଂ ଫ୍ରିକ୍ୟୁଏନସି ଇଣ୍ଡିକେଟର୍ସରେ ସୁଧାର ହେବ ବୋଲି ଆଶା କରାଯାଉଛି। ହେଲେ ଏବେ କୋଭିଡର ନୂଆ ଷ୍ଟ୍ରେନ ଆସିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ନିୟମ କଡ଼ାକଡ଼ି ହେଉଥିବା ନଜିର ରହିଛି। ତେଣୁ ଆଗାମୀ ଦିନରେ ଲକଡାଉନ୍ ହେଲେ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିପାରେ।

Advertisment

ଗତ ଦୁଇଟି ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ନେଗେଟିଭ୍ ରହିଥିଲା। ହେଲେ ତୃତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ସକାରାତ୍ମକ ଆସିଛି। ଡିସେମ୍ୱରେ ପ୍ରକାଶ ପାଇଥିବା ତୃତୀୟ ତ୍ରୈମସାର ଜିଡିପି ୦.୪ ପ୍ରତିଶତ ରହିଛି।

ସେହିପରି ଅର୍ଥନୀତି ଉପରେ ସର୍ଭେ କରୁଥିବା ସଂସ୍ଥା ଫିଚ୍ ବିଶ୍ୱ ଅର୍ଥନୀତିକ ଦୃଷ୍ଟିକୋଣରୁ ଭାରତରେ ଲକଡାଉନ୍ ହୋଇଥିବାରୁ ମାନ୍ଦାବସ୍ଥା ରହିଥିଲା। ହେଲେ ନିୟମରେ କୋହଳ ହେବା ପରେ ଅର୍ଥନୀତି ସୁଧୁରୁଥିବା ଏହି ସର୍ଭେ ସଂସ୍ଥା କହିଛି। ଆଗାମୀ ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତର ଅଭିବୃଦ୍ଧି ହାର ୧୨.୮ ପ୍ରତିଶତ ରହିବ ବୋଲି ଫିଚ୍ ଆକଳନ କରିଛି। ଏହା ପୂର୍ବରୁ ବିଭିନ୍ନ ରେଟିଂ ଏଜେନ୍ସି ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୧୧ ପ୍ରତିଶତ ରହିବ ବୋଲି ଆକଳନ କରିଛି।

ସେହିପରି ମୁଡି କହିଛି ଯେ କୋଭିଡ ନିୟମରେ କୋହଳ ହେବା ପରେ ସାରା ବିଶ୍ୱର ଅର୍ଥନୀତି ଉପରମୁହାଁ ହୋଇଛି। ଗତ କିଛି ମାସ ମଧ୍ୟରେ ଉତ୍ପାଦନ ହାର ମଧ୍ୟ ବୃଦ୍ଧି ପାଇଛି। ମୁଡି ରିପୋର୍ଟ ଅନୁଯାୟୀ ୨୦୨୧ କ୍ୟାଲେଣ୍ଡର ବର୍ଷରେ ଅଭିବୃଦ୍ଧି ହାର ୧୨ ପ୍ରତିଶତ ରହିବ।

Imf
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe