Advertisment

ଇଜ ଅଫ ଡୁଇଙ୍ଗ ବିଜନେସ: ତଥ୍ୟ ଆଦାନ ପ୍ରଦାନ ପାଇଁ ଏମଓୟୁ ସ୍ୱାକ୍ଷରିତ

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ.ସି.ଏ.) ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ମଧ୍ୟରେ ତଥ୍ୟ ବିନିମୟ ନିମନ୍ତେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏମସିଏର ସଚିବ ରାଜେଶ ବର୍ମା ଏବଂ ସିବିଆଇସିର ଚେୟାରମ୍ୟାନ ଏମ. ଅଜିତ କୁମାରଙ୍କ ଉପସ୍ଥିତିରେ ଏମସିଏର ସଂଯୁକ୍ତ ସଚିବ ମନୋଜ ପାଣ୍ଡେ ଏବଂ ସିବିଆଇସିର ଅତିରିକ୍ତ ମହାନିର୍ଦ୍ଦେଶକ ବି.ବି. ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ତଥ୍ୟ ବିନିମୟ ମାଧ୍ୟମରେ ବିଭିନ୍ନ ଆଇନକୁ ପ୍ରଭାବଶାଳୀଭାବରେ କାର୍ଯ୍ୟକାରୀ କରିବା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇଜ ଅଫ ଡୁଇଙ୍ଗ ବିଜନେସ: ତଥ୍ୟ ଆଦାନ ପ୍ରଦାନ ପାଇଁ ଏମଓୟୁ ସ୍ୱାକ୍ଷରିତ

MOU-EASE-OF-DOING-BUSINESS

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ.ସି.ଏ.) ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ମଧ୍ୟରେ ତଥ୍ୟ ବିନିମୟ ନିମନ୍ତେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏମସିଏର ସଚିବ ରାଜେଶ ବର୍ମା ଏବଂ ସିବିଆଇସିର ଚେୟାରମ୍ୟାନ ଏମ. ଅଜିତ କୁମାରଙ୍କ ଉପସ୍ଥିତିରେ ଏମସିଏର ସଂଯୁକ୍ତ ସଚିବ ମନୋଜ ପାଣ୍ଡେ ଏବଂ ସିବିଆଇସିର ଅତିରିକ୍ତ ମହାନିର୍ଦ୍ଦେଶକ ବି.ବି. ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ତଥ୍ୟ ବିନିମୟ ମାଧ୍ୟମରେ ବିଭିନ୍ନ ଆଇନକୁ ପ୍ରଭାବଶାଳୀଭାବରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

Advertisment

ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଆମଦାନୀ, ରପ୍ତାନୀ ସମ୍ପର୍କୀତ ତଥ୍ୟ, ବିଭିନ୍ନ ରେଜିଷ୍ଟ୍ରିଭୁକ୍ତ କମ୍ପାନୀମାନଙ୍କର ଆର୍ଥିକ ଦେଣନେଣ ଆଦିର ବିସ୍ତୃତ ସୂଚନା ଆଦାନପ୍ରଦାନ ଏହି ବୁଝାମଣାପତ୍ର ଅନୁଯାୟୀ ହେବ।

ଏହା ଫଳରେ ଏମସିଏର ଦେଶରେ ଇଜ ଅଫ ଡୁଇଙ୍ଗ ବିଜିନେସର ବୃଦ୍ଧି ଏବଂ ବିଭିନ୍ନ ପ୍ରକାରର ନିୟାମକ କ୍ଷମତା ବୃଦ୍ଧି ପାଇବ। ସେହିପରି ସିବିଆଇସିର ସମାନ ଧରଣର କ୍ଷମତା ବୃଦ୍ଧି ସହିତ ଏଡିଭିଏଆଇଟି ପ୍ରଣୟନ କରି ପ୍ରତ୍ୟକ୍ଷ କରଦାତାମାନଙ୍କର ବିସ୍ତୃତ ବିବରଣୀ ବିଶ୍ଳେଷଣ କରାଯାଇପାରିବ । ସୂଚନା  ଆଦାନପ୍ରଦାନ ଦ୍ୱାରା ଉଭୟ ସଂସ୍ଥାର କ୍ଷମତା ପରିସର ବୃଦ୍ଧି ପାଇବ।

Advertisment

ଏହି ବୁଝାମଣା ଦ୍ୱାରା ସ୍ୱୟଂକ୍ରିୟ ପ୍ରକ୍ରିୟାରେ ନିୟମିତ ଭାବେ ତଥ୍ୟ ବିନିମୟ ହୋଇପାରିବ । ଆମଦାନୀ କ୍ଷେତ୍ରରେ ଥିବା ବିଲ୍‌, ସିପିଂ ବିଲ୍‌, ରପ୍ତାନୀ ନିର୍ଯ୍ୟାସ, କର୍ପୋରେଟ ସଂସ୍ଥାଗୁଡିକର ଆର୍ଥିକ ବିବରଣୀ, ଅଂଶଧନ ସମ୍ପର୍କୀତ ରିଟର୍ଣ୍ଣ ଆଦି ତଥ୍ୟ ପରସ୍ପର ମଧ୍ୟରେ ବିନିମୟ ହେବ । ଉଭୟ ସଂସ୍ଥାର ବିଭିନ୍ନ ପ୍ରକାରର ନିୟାମକ ସମ୍ପର୍କୀତ ଥିବା କ୍ଷମତା ଏହାଦ୍ୱାରା ବୃଦ୍ଧି ପାଇବ । ତଦନ୍ତ କରାଯିବା, ନିରୀକ୍ଷଣ, ଅନୁସନ୍ଧାନ, ଦଣ୍ଡବିଧାନ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ଭାବରେ ଅନୁରୋଧ କରାଯାଇ ତଥ୍ୟ ବିନିମୟ କରାଯାଇପାରିବ ।

ବୁଝାମଣାପତ୍ର  ସ୍ୱାକ୍ଷରିତ ହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ । ଏହା  ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପ ଏବଂ ସର୍ବାଧିକ ପ୍ରଶାସନ (ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣେନ୍‌ସ) ନୀତିକୁ ପୂରଣ କରିବାରେ ସଫଳ ହେବ। ତଥ୍ୟ ବିନିମୟ ସମ୍ପର୍କୀତ ବ୍ୟବସ୍ଥାର ଅଗ୍ରଗତି ନେଇ ଏକ ନିରୀକ୍ଷକ ଗୋଷ୍ଠୀ ଗଠନ କରାଯିବ । ନିୟମିତ ବ୍ୟବଧାନରେ ତଥ୍ୟ ବିନିମୟ ସମ୍ପର୍କୀତ ଆଲୋଚନା ମଧ୍ୟ ହେବ ।