Advertisment

୫୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କଲା ଆରବିଆଇ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଲକାଡାଉନ୍ ଶଟଡାଉନ ଲାଗୁ କରିଛନ୍ତି। ଏହାର ପ୍ରଭାବ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ପଡ଼ିଛି। ଏହା ଉପରେ ନଜର ରଖିଛି ଆରବିଆଇ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଛି। କରୋନାର ପ୍ରଥମ ଲହର ପରେ ଆର୍ଥିକ ସ୍ଥିତି ଦ୍ରୁତଗତିରେ ସୁଧୁରୁ ଥିଲା। ହେଲେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ତୈଳ ଦର କମାଇବାକୁ ଫର୍ମୁଲା ଦେଲେ RBI ଗଭର୍ଣ୍ଣର

RBI-Governor-Shaktikanta-Da

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଲକାଡାଉନ୍ ଶଟଡାଉନ ଲାଗୁ କରିଛନ୍ତି। ଏହାର ପ୍ରଭାବ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ପଡ଼ିଛି। ଏହା ଉପରେ ନଜର ରଖିଛି ଆରବିଆଇ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

Advertisment

ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଛି। କରୋନାର ପ୍ରଥମ ଲହର ପରେ ଆର୍ଥିକ ସ୍ଥିତି ଦ୍ରୁତଗତିରେ ସୁଧୁରୁ ଥିଲା। ହେଲେ ଏବେ ଦ୍ୱିତୀୟ ଲହର ପାଇଁ ପ୍ରଭାବିତ ହୋଇଛି। ଏହାକୁ ଲକ୍ଷ୍ୟ ରଖି ଫାର୍ମା ଭିତ୍ତିଭୂମି ପାଇଁ ଆରବିଆଇ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ରାଜ୍ୟଗୁଡ଼ିକ ପାଇଁ ଓଭରଡ୍ରାଫ୍ଟ ସୁବିଧା ସହିତ ରିହାତି ବ୍ୟବସ୍ଥା ରହିଛି।

ଶ୍ରୀ ଦାସ କହିଛନ୍ତି, ଏହି ମହାମାରୀ ପାଇଁ ଉପୁଜିଥିବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କାର ଲିକ୍ୟୁଡିଟି ଟର୍ମ ବ୍ୟବସ୍ଥା କରିଛି ଆରବିଆଇ। ଏହା ମାଧ୍ୟମରେ ବ୍ୟାଙ୍କଗୁଡିକ ଟିକା ନିର୍ମାତା, ଟିକା ପରିବହନ, ରପ୍ତାନିକାରୀମାନଙ୍କୁ ସହଜ କିସ୍ତିରେ ଋଣ ପ୍ରଦାନ କରିବେ। ଏହା ବ୍ୟତୀତ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଧ୍ୟ ଏହି ସୁବିଧା ପାଇବେ। ପ୍ରାଥମିକ କ୍ଷେତ୍ର ପାଇଁ ଶୀଘ୍ର ଋଣ ଏବଂ ପ୍ରୋତ୍ସାହନ ଦିଆଯିବ ବୋଲି ସେ କହିଛନ୍ତି। ୩୧ ମାର୍ଚ୍ଚ ୨୦୧୨ ସୁଦ୍ଧା ବ୍ୟାଙ୍କଗୁଡିକ ଚିକିତ୍ସା ସେବା କ୍ଷେତ୍ରକୁ ଅଧିକ ଋଣ ଦେଇପାରିବେ।

Advertisment

ସୂଚନାଯୋଗ୍ୟ, ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ରିପୋର୍ଟ କହିଛି ଯେ ଦେଶରେ କୋଭିଡର ଦ୍ୱିତୀୟ ଲହର ଯୋଗୁଁ ପ୍ରାୟ ୭୫ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି ଏବଂ ଏହାଦ୍ୱାରା ବେକାରୀ ହାର ଚାରିମାସରେ ୮ ପ୍ରତିଶତ ପହଞ୍ଚିଛି।