Advertisment

ଖୁଚୁରା ମୁଦ୍ରାସ୍ଫୀତି ୬.୭୭%କୁ ଖସିଲା

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%କୁ ହ୍ରାସ ପାଇଛି। ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ୭.୪୧% ରହିଥିଲା। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ସାମାନ୍ୟ ହ୍ରାସ ପାଇବାରୁ ଅକ୍ଟୋବର ମାସର ମୁଦ୍ରାସ୍ଫୀତିରେ ସୁଧାର ଆସିଛି। ତଥାପି ରିଜର୍ଭ ବ୍ୟାଙ୍କର ସ୍ୱାଭାବିକ ସ୍ତର ଠାରୁ ଏହା ଏବେ ବି ଉପରେ ରହିଛି। କ୍ରମାଗତ ୧୦ମ ମାସ ପାଇଁ ମୁଦ୍ରାସ୍ଫୀତିର ସ୍ଥିତି ଏପରି ରହିଥିବା ସରକାରୀ ତଥ୍ୟରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଖୁଚୁରା ମୁଦ୍ରାସ୍ଫୀତି ୬.୭୭%କୁ ଖସିଲା

Inflation

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%କୁ ହ୍ରାସ ପାଇଛି। ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ୭.୪୧% ରହିଥିଲା। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ସାମାନ୍ୟ ହ୍ରାସ ପାଇବାରୁ ଅକ୍ଟୋବର ମାସର ମୁଦ୍ରାସ୍ଫୀତିରେ ସୁଧାର ଆସିଛି।

Advertisment

ତଥାପି ରିଜର୍ଭ ବ୍ୟାଙ୍କର ସ୍ୱାଭାବିକ ସ୍ତର ଠାରୁ ଏହା ଏବେ ବି ଉପରେ ରହିଛି। କ୍ରମାଗତ ୧୦ମ ମାସ ପାଇଁ ମୁଦ୍ରାସ୍ଫୀତିର ସ୍ଥିତି ଏପରି ରହିଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି।

ସରକାରୀ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭% ରହିଥିଲା। ଖୁଚୁରା ମହଙ୍ଗା ଦର ଜୁଲାଇରେ ୬.୭୧% ଓ ଗତବର୍ଷ ଅଗଷ୍ଟରେ ଏହା ୫.୩% ରହିଥିଲା। ଖାଦ୍ୟଶସ୍ୟ ଓ ପନିପରିବା ଦର ଦ୍ରୁତଗତିରେ ବଢ଼ୁଥିବାରୁ ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ିବାରେ ଲାଗିଥିଲା।

Advertisment

ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରେ ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଅକ୍ଟୋବର ମାସରେ ଗ୍ରାହକ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି(ସିପିଆଇ) ୬,୭୭%କୁ ହ୍ରାସ ପାଇଛି। ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ଅକ୍ଟୋବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୦୧% ରହିଛି। ସେପ୍ଟେମ୍ବର ମାସରେ ଏହା ୮.୬% ଥିଲା। ସେହିପରି ଅଗଷ୍ଟରେ ଏହା ୭.୬୨% ଥିଲା।

କ୍ରମାଗତ ୧୦ମ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳ ସ୍ତର ୬%ରୁ ଅଧିକ ରହିଛି। ଅଗଷ୍ଟରେ ଏହା ୭% ରହିଥିବା ବେଳେ ୨୦୨୧ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୪.୩୫% ରହିଥିଲା।