Advertisment

ପୁଣି ଥରେ ହଂକଂକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ଲୋକସଭା ନିର୍ବାଚନକୁ ନେଇ ଶେଆର ମାର୍କେଟରେ ଚାଲିଥିବା ଅସ୍ଥିରତା ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ପୁଣି ଥରେ ହଂକଂକୁ ଟପିଲା ଭାରତୀୟ ଶେଆର ବଜାର। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେଆର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(BSE) ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହୋଇଛି।  

Advertisment

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, BSE ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପ୍(କମ୍ପାନୀଗୁଡିକର ଶେଆର ମୂଲ୍ୟ)  ହଂକଂ ବଜାରକୁ ଟପି ଯାଇଛି। ଭାରତୀୟ ଶେଆର ମାର୍କେଟର ମୂଲ୍ୟ ୫.୧୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ହଂକଂର ୫.୧୭ ଟ୍ରିଲିୟନ ଡଲାର ରହିଛି । 

ସେପଟେ ଆମେରିକାର ମିଡ୍ କ୍ୟାପ ଶେଆର ମାର୍କେଟର ବଜାର ମୂଲ୍ୟ ଉଚ୍ଚରେ ରହିଛି। ଆମେରିକାର ମୋଟ୍ ବଜାର ମୂଲ୍ୟ ୫୬.୪୯ ରେ ଥିବା ବେଳେ ପଛରେ ରହିଛି ଚୀନ୍। ଚୀନର ବଜାର ମୂଲ୍ୟ ୮.୮୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଜାପାନ ୬.୩୦ ଟ୍ରିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି। 

Advertisment

ତେବେ ଭାରତୀୟ ଶେଆର ବଜାରର ଏହି ଅଗ୍ରଗତି ସହ ଭାରତ ଦ୍ୱିତୀୟ ଥର ପାଇଁ ହଂକଂ ଷ୍ଟକ୍ ମାର୍କେଟକୁ ଟପି ଯାଇଛି। ଚଳିତ ବର୍ଷ ଜାନୁୟାରୀ ୨୩ରେ ହଂକଂକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ଶେଆର ମାର୍କେଟ ହୋଇଥିଲା ଭାରତ। କିନ୍ତୁ ଏହା ପରେ ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ ୧୨%ରୁ ଅଧିକ ରିଟର୍ଣ୍ଣ ସହ ସର୍ବମୋଟ୍ ୨୦% ବୃଦ୍ଧି ଘଟିଥିଲା, ଯାହା ଫଳରେ ଜୁନ୍ ଯାଏ ନିଜର ଚତୁର୍ଥ ସ୍ଥାନ ବଜାୟ ରଖିଥିଲା ହଂକଂ। 

ଲୋକସଭା ନିର୍ବାଚନକୁ ନେଇ ଶେଆର ମାର୍କେଟରେ ଚାଲିଥିବା ଅସ୍ଥିରତା ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିଛି। ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ଦିନ ବଜାରରେ ପ୍ରବଳ ଅସ୍ଥିରତା ଦେଖା ଦେଇଥିଲା। ଏଗଜିଟ୍ ପୋଲ୍ ଅନୁସାରେ ରେଜଲ୍ଟ ନ ହେବାରୁ ଶେଆର ବଜାର 6 ପ୍ରତିଶତ ହ୍ରାସ ପାଇଥିଲା। ଏହି ଦିନ ନିବେଶକଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା।

କିନ୍ତୁ ଏହା ପରଠାରୁ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଜୁନ୍ ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ଏହାର ପ୍ରଭାବ ଶେଆର ବଜାର ଉପରେ ପଡ଼ିଥିଲା। ମାର୍କେଟ ଖୋଲିବା ପରେ ଉଚ୍ଚରେ ପହଞ୍ଚି ଥିଲା ସେନ୍‌ସେକ୍ସ। ପ୍ରଥମ ଥର ପାଇଁ ସେନ୍ସେକ୍ସ ୭୭ ହଜାର ମାର୍କ ଅତିକ୍ରମ କରିଥିଲା। ଆଉ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହୋଇପାରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe