ମାର୍ଚ୍ଚ ସୁଦ୍ଧା ଗଠନ ହେବ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍

ଭୁବନେଶ୍ୱର: ଖଣି ପ୍ରଭାବିତ ଜିଲ୍ଲାର ବିକାଶ ପାଇଁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଗଠନ ହେବ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (ଡିଏମଏଫ୍)। ଏପ୍ରିଲରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଜିଲ୍ଲା ସ୍ତରରେ ଡିଏମଏଫ୍ ଟ୍ରଷ୍ଟ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଡିଏମଏଫ୍ ଗଠନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ଏହି ଫଣ୍ଡ ଜିରିଆରେ ଖଣି ପ୍ରଭାବିତ ଜିଲ୍ଲାର ଭିତ୍ତିଭୂମିର ବିକାଶ, […]

mines

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 03:14 PM IST

ଭୁବନେଶ୍ୱର: ଖଣି ପ୍ରଭାବିତ ଜିଲ୍ଲାର ବିକାଶ ପାଇଁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଗଠନ ହେବ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (ଡିଏମଏଫ୍)। ଏପ୍ରିଲରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଜିଲ୍ଲା ସ୍ତରରେ ଡିଏମଏଫ୍ ଟ୍ରଷ୍ଟ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଡିଏମଏଫ୍ ଗଠନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ଏହି ଫଣ୍ଡ ଜିରିଆରେ ଖଣି ପ୍ରଭାବିତ ଜିଲ୍ଲାର ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଗମନାଗମନ ଓ ପରିମଳ ବ୍ୟବସ୍ଥାର ଉନ୍ନତି କ୍ଷେତ୍ରରେ ଅର୍ଥ ଖର୍ଚ୍ଚ ହେବ।

Related story