ନୂଆଦିଲ୍ଲୀ: ଭାରତ ସିରିଜ୍ରେ ମାଇକ୍ରୋମାକ୍ସର ନୂଆ ମୋବାଇଲ ଆଜି ଭାରତ ବଜାରରେ ଲଞ୍ଚ୍ କରିଛି। ‘ଭାରତ-୫’ ନାମରେ ଏହି ମୋବାଇଲ ଫୋନ୍ ମାତ୍ର ୫,୫୫୫ ଟଙ୍କାରେ ଉପଲବ୍ଧ ହେବ। ଏହି ନୂଆ ମଡେଲ ଫୋନ୍ ୫,୦୦୦ ଆମ୍ପିୟର ବ୍ୟାଟେରୀ, ୫ ମେଗା ପିକ୍ସେଲ୍ ବ୍ୟାକ୍ ଓ ଫ୍ରଣ୍ଟ କ୍ୟାମେରା ସହ ଅତ୍ୟାଧୁନିକ ଫ୍ଲାସ୍ ସଂଲଗ୍ନ ହୋଇ ଉପଲବ୍ଧ ହେବ।
ଭାରତ ସିରିଜ୍ ମାଧ୍ୟମରେ ଘରୋଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମାଇକ୍ରୋମାକ୍ସ ଯୋଜନା କରିଛି। କମ୍ ଖର୍ଚ୍ଚରେ ଭାରତୀୟ ଗ୍ରାହକ କିଭଳି ଡିଜିଟାଲ ଦୁନିଆ ସହ ଶିଘ୍ର ସଂଯୁକ୍ତ ହୋଇପାରିବେ ସେ ନେଇ ସଂସ୍ଥା ବ୍ୟବସ୍ଥା କରିଛି ବୋଲି ଦାବି କରୁଛି। ଶୁକ୍ରବାରଠାରୁ ଏହି ମୋବାଇଲ୍ ଭାରତର ଅନେକ ଅଫ୍ଲାଇନ୍ ରିଟେଲ୍ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି।
ଏହି ନୂଆ ମୋବାଇଲ ୫.୨ ଇଞ୍ଚର ଏଚ୍ଡି ସ୍କ୍ରିନ୍ ସହ, ୧.୩ GHz Quadcore ପ୍ରୋସେସର, ୧ ଜିବି ରାମ ଓ ୧୬ ଜିବି ଓନ୍ବୋର୍ଡ ମେମୋରୀ ରହିଛି। ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ସଂସ୍ଥାର ଜଣେ ବିତରକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।