୭ ମାସ ମଧ୍ୟରେ ଶେଷ ହେବ ରାଜ୍ୟର ସମସ୍ତ ଖଣି ଅଞ୍ଚଳର ଡିଜିପିଏସ୍‌ ସର୍ଭେ

ଭୁବନେଶ୍ୱର: ଖଣି ନିଲାମୀ ଓ ଉତ୍ତୋଳନ ପ୍ରକ୍ରିୟା ସହଜ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଖଣି ଅଞ୍ଚଳରେ ଆରମ୍ଭ କରିବେ ଡିଫରେନ୍ସୀଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଡିଜିପିଏସ୍‌) ସର୍ଭେ। ଆସନ୍ତା ୭ ମାସ ମଧ୍ୟରେ ରାଜ୍ୟର ୧୬୮ଟି ଖଣି ଅଞ୍ଚଳକୁ ରାଜ୍ୟ ଖଣି, ଜଙ୍ଗଲ, ରାଜସ୍ୱ ଏବଂ ଓରସାକ୍‌ ମିଳିତ ଭାବେ ସର୍ଭେ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଏବେ ରାଜ୍ୟରେ ୫୮ଟି ଖଣିର ଡିଜିପିଏସ୍‌ […]

mines-in-odisha

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 09:08 PM IST

ଭୁବନେଶ୍ୱର: ଖଣି ନିଲାମୀ ଓ ଉତ୍ତୋଳନ ପ୍ରକ୍ରିୟା ସହଜ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଖଣି ଅଞ୍ଚଳରେ ଆରମ୍ଭ କରିବେ ଡିଫରେନ୍ସୀଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଡିଜିପିଏସ୍‌) ସର୍ଭେ। ଆସନ୍ତା ୭ ମାସ ମଧ୍ୟରେ ରାଜ୍ୟର ୧୬୮ଟି ଖଣି ଅଞ୍ଚଳକୁ ରାଜ୍ୟ ଖଣି, ଜଙ୍ଗଲ, ରାଜସ୍ୱ ଏବଂ ଓରସାକ୍‌ ମିଳିତ ଭାବେ ସର୍ଭେ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

ଏବେ ରାଜ୍ୟରେ ୫୮ଟି ଖଣିର ଡିଜିପିଏସ୍‌ ସର୍ଭେ ଶେଷ ହୋଇଥିବା ବେଳେ ଅନ୍ୟ ଖଣି ଗୁଡିକର ସର୍ଭେ କରିବା ନେଇ ସଚିବାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସର୍ଭେ ଯୋଗୁଁ ଖଣିଜ ପଦାର୍ଥ ଉତ୍ତୋଳନରେ ସ୍ୱଚ୍ଛତା, ଠିକ୍‌ ଖଣି ଚିହ୍ନଟ, ଗଚ୍ଛିତ କଞ୍ଚାମାଲ ପରିମାଣ ସାଙ୍ଗକୁ ଖଣି କ୍ଷେତ୍ରରେ ଠିକ୍‌ ରାଜସ୍ୱ ପରିମାଣ ନିର୍ଦ୍ଧାରଣ କରିବା ସହଜ ହେବ।

ଡିଜିପିଏସ୍‌ ସର୍ଭେ ଆରମ୍ଭ କରିବା ନେଇ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି,“ଏବେ ସୁଦ୍ଧା ରାଜ୍ୟରେ ଯେତିକି ଖଣିଜ ପଦାର୍ଥ ଉତ୍ତୋଳନ ଅଞ୍ଚଳ ରହିଛି ସେଥିମଧ୍ୟରୁ ୫୮ଟି ଅଞ୍ଚଳରେ ଡିଜିପିଏସ୍‌ ସର୍ଭେ ସରିଛି। କେବଳ ଆଇରନ ଓ ମାଙ୍ଗାନିଜ୍‌ ଖଣି ଭରପୁର ଥିବା ୧୮୭ଟି ଖଣି ରହିଛି। ସେଥିମଧ୍ୟରୁ କେତୋଟିର ଅବଧୀ ଶେଷ ହୋଇଯାଇଛି କେତୋଟିର ବଳବତ୍ତର ଅଛି ସେଗୁଡିକର ଡିଜିପିଏସ୍‌ ସର୍ଭେ କରାଯିବ।”

Related story