ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା

ନୂଆଦିଲ୍ଲୀ: ୨୩୦ଟି ଦେଶ ତୁଳନାରେ ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା । ଭାରତରେ ୧ ଜିବି ଡାଟା ପାଇଁ ୧୫ ଟଙ୍କା ଦେବାକୁ ପଡୁଛି । ହେଲେ ଅନ୍ୟ ଦେଶରେ ଏହା ୬୦୦ ଟଙ୍କା ରହିଛି । Cable.co.uk ନାମକ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି । ଭାରତରେ ଏକ ଜିବିର ମୂଲ୍ୟ ୧୮ ଟଙ୍କା ଥିବା ବେଳେ ବ୍ରିଟେନରେ ଏହାର ମୂଲ୍ୟ ୪୬୮ ଟଙ୍କା, ଆମେରିକାରେ ୮୬୯ ଟଙ୍କା । ଅର୍ଥାତ ଏହାର […]

5g

5g

Hemant Lenka
  • Published: Wednesday, 06 March 2019
  • Updated: 06 March 2019, 09:30 PM IST

ନୂଆଦିଲ୍ଲୀ: ୨୩୦ଟି ଦେଶ ତୁଳନାରେ ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା । ଭାରତରେ ୧ ଜିବି ଡାଟା ପାଇଁ ୧୫ ଟଙ୍କା ଦେବାକୁ ପଡୁଛି । ହେଲେ ଅନ୍ୟ ଦେଶରେ ଏହା ୬୦୦ ଟଙ୍କା ରହିଛି । Cable.co.uk ନାମକ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି ।

ଭାରତରେ ଏକ ଜିବିର ମୂଲ୍ୟ ୧୮ ଟଙ୍କା ଥିବା ବେଳେ ବ୍ରିଟେନରେ ଏହାର ମୂଲ୍ୟ ୪୬୮ ଟଙ୍କା, ଆମେରିକାରେ ୮୬୯ ଟଙ୍କା । ଅର୍ଥାତ ଏହାର ହାରାହାରି ମୂଲ୍ୟ ୬୦୦ ଟଙ୍କା ରହିଛି । ଡାଟା ମୂଲ୍ୟ ଶସ୍ତା ହୋଇଥିବାରୁ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ସ୍ମାର୍ଟ ଫୋନ ବଜାର ପାଲଟିଯାଇଛି ।

ସୂଚନାଯୋଗ୍ୟ , ଭାରତରେ ୪୩ କୋଟିରୁ ଅଧିକ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଏ କ୍ଷେତ୍ରରେ ଚୀନ ପରେ ଭାରତ  ଦ୍ୱିତୀୟ ସ୍ଥାନରେ ରହିଛି ।

୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ପରେ ଭାରତରେ ଡାଟା ମୂଲ୍ୟ ହ୍ରାସ ପାଇଛି । ଜିଓ ପୂର୍ବରୁ ୧ ଜିବି ଡାଟାର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ଥିଲା। ତେବେ ଜିଓ ପ୍ରବେଶ କରିବା ପରେ ଅନ୍ୟାନ୍ୟ ଟେଲିକମ କମ୍ପାନୀ ବାଧ୍ୟ ହୋଇ ଦର ହ୍ରାସ କରିଛନ୍ତି। ଏବେ ଭାରତରେ ଜିଓର ୨୮ କୋଟି ଗ୍ରାହକ ଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos