ଜୁନ୍‌ ୨୨ରେ ମୋଟୋ ଜି୪ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଗତ ମେ’ ମାସରେ ବଜାରରେ ପ୍ରବେଶ କରିଥିବା ମୋଟୋରୋଲାର ମୋଟୋ ଜି୪ ସ୍ମାର୍ଟଫୋନ୍‌ର ବିକ୍ରି ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ଏହି ଫୋନ୍‌ ଏକ୍ସକ୍ଲ୍ୟୁସିଭ୍‌ ଭାବେ ଇ-କମର୍ସ ସାଇଟ୍‌ ଆମାଜନ୍‌ ଇଣ୍ଡିଆରେ ଉପଲବ୍ଧ ହେବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ଦର ବିଷୟରେ ସୂଚନା ଦିଆଯାଇନାହିଁ। କୁହାଯାଉଛି ଯେ, ଏହି ସ୍ମାର୍ଟଫୋନ୍‌ଟି ମୋଟୋ ଜି୪ ପ୍ଲସ୍‌ ଠାରୁ ଭିନ୍ନ। ଏଥିରେ ପିଙ୍ଗରପ୍ରିଣ୍ଟ ସ୍କାନର ନ ଥିଲା ବେଳେ 2GB RAM ଓ 16 GB […]

Moto-G4-Plus-render

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 06:56 PM IST

ନୂଆଦିଲ୍ଲୀ: ଗତ ମେ’ ମାସରେ ବଜାରରେ ପ୍ରବେଶ କରିଥିବା ମୋଟୋରୋଲାର ମୋଟୋ ଜି୪ ସ୍ମାର୍ଟଫୋନ୍‌ର ବିକ୍ରି ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ଏହି ଫୋନ୍‌ ଏକ୍ସକ୍ଲ୍ୟୁସିଭ୍‌ ଭାବେ ଇ-କମର୍ସ ସାଇଟ୍‌ ଆମାଜନ୍‌ ଇଣ୍ଡିଆରେ ଉପଲବ୍ଧ ହେବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ଦର ବିଷୟରେ ସୂଚନା ଦିଆଯାଇନାହିଁ।

କୁହାଯାଉଛି ଯେ, ଏହି ସ୍ମାର୍ଟଫୋନ୍‌ଟି ମୋଟୋ ଜି୪ ପ୍ଲସ୍‌ ଠାରୁ ଭିନ୍ନ। ଏଥିରେ ପିଙ୍ଗରପ୍ରିଣ୍ଟ ସ୍କାନର ନ ଥିଲା ବେଳେ 2GB RAM ଓ 16 GB Storage ରହିଛି। ମୋଟୋ ଜି୪ ପ୍ଲସ୍‌ରେ 16MP ବ୍ୟାକ୍‌ କ୍ୟାମେରା ରହିଥିବା ବେଳେ ମୋଟୋ ଜି୪ରେ 13MPର ବ୍ୟାକ୍‌ କ୍ୟାମେରା ରହିଛି।

ଅନ୍ୟପକ୍ଷରେ ଏହି ମୋଟୋ ଜି୪ରେ ଲେଜର ଅଟୋଫୋକସ୍‌ ସିଷ୍ଟମ୍‌ ରହିଛି। ଏହି ସ୍ମାର୍ଟଫୋନ୍‌ରେ Android 6.0.1 Marshmallow ଓଏସ୍‌ ରହିଛି। ଏଥିରେ ୨ଟି ମାଇକ୍ରୋସିମ୍‌ରେ 4G, 3G ଓ LTE ନେଟ୍‌ୱାର୍କ କାର୍ଯ୍ୟ କରିବ। ଏହାସହ  5.5-inch full-HD (1080x1920 pixels) display, 1.5GHz octa-core Qualcomm Snapdragon processer, Bluetooth v4.1, Wi-Fi 802.11 a/b/g/n, Micro-USB, 3.5mm audio jack ଓ GPS/ A-GPS ପରି ଅତ୍ୟାଧୁନିକ ସୁବିଧା ରହିଛି।

Related story