ଦର୍ଲିପାଲୀରେ ପଲିଟେକ୍‌ନିକ ପ୍ରତିଷ୍ଠା ପାଇଁ ଏନ୍‌ଟିପିସି ସହ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲୀଠାରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ ପଲିଟେକ୍‌ନିକ୍ କଲେଜ। ଏ ନେଇ ଆଜି ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ବିଭାଗ ଏବଂ ଏନ୍‌ଟିପିସି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏନ୍‌ଟିପିସି କର୍ତ୍ତୃପକ୍ଷ ୨୫ କୋଟି ଟଙ୍କା ବ୍ୟୟରେ ଶ୍ରେଣୀ ଗୃହ, ୱାର୍କସପ୍, ଗ୍ରନ୍ଥାଗାର ଆଦି ନିର୍ମାଣ କରିବା ସହ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେବ। ଶ୍ରେଣୀଗୃହ ଓ ୱାର୍କସପ୍‌ଗୁଡ଼ିକର ନିର୍ମାଣ ଏଆଇସିଟିଇ ଦ୍ୱାରା […]

polytecnic-mou

Rakesh Mallick
  • Published: Saturday, 05 November 2016
  • , Updated: 05 November 2016, 01:56 PM IST

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲୀଠାରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ ପଲିଟେକ୍‌ନିକ୍ କଲେଜ। ଏ ନେଇ ଆଜି ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ବିଭାଗ ଏବଂ ଏନ୍‌ଟିପିସି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏନ୍‌ଟିପିସି କର୍ତ୍ତୃପକ୍ଷ ୨୫ କୋଟି ଟଙ୍କା ବ୍ୟୟରେ ଶ୍ରେଣୀ ଗୃହ, ୱାର୍କସପ୍, ଗ୍ରନ୍ଥାଗାର ଆଦି ନିର୍ମାଣ କରିବା ସହ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେବ। ଶ୍ରେଣୀଗୃହ ଓ ୱାର୍କସପ୍‌ଗୁଡ଼ିକର ନିର୍ମାଣ ଏଆଇସିଟିଇ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁଯାୟୀ ହେବ।

ପଲିଟେକ୍‌ନିକ୍‌ର ନିର୍ମାଣ ପରେ ଏହାର ପରିଚାଳନା ଓ କାର୍ଯ୍ୟ ନିର୍ବାହର ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ବହନ କରିବେ।

ଏହି କଲେଜରେ ୩ଟି ବିଭାଗରେ ପିଲାମାନେ ଡିପ୍ଲୋମା ଶିକ୍ଷାର ସୁଯୋଗ ପାଇବେ। ସେଗୁଡ଼ିକ ହେଉଛି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମାଇନିଂ ଇଞ୍ଜିନିୟରିଂ ଓ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଆଣ୍ଡ୍ କଣ୍ଟ୍ରୋଲ୍ ଇଞ୍ଜିନିୟରିଂ। ପ୍ରତି ବିଭାଗରେ ୬୦ ଲେଖାଏଁ ପିଲା ପଢ଼ିବେ।

 

Related story