ରାଜ୍ୟରେ ପୁଞ୍ଜିନିବେଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁମ୍ବାଇ ‘ଇନ୍‌ଭେଷ୍ଟର୍ସ ମିଟ୍’ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪ଟି କଂପାନୀ ଓଡ଼ିଶାରେ ପାଖାପାଖି ୭୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ରାଜି ହୋଇଥିବା ବେଳେ ପୁଞ୍ଜିନିବେଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସମୀକ୍ଷା ବୈଠକ ପରେ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ ମୁମ୍ବାଇ ‘ଇନ୍‌ଭେଷ୍ଟର୍ସ ମିଟ୍’ରେ ରାଜ୍ୟ ସରକାର ୨୬ଟି କଂପାନୀ ସହିତ ଆଲୋଚନା କରିଥିଲେ। ସେଥିରୁ ୧୪ଟି […]

naveen

Rakesh Mallick
  • Published: Friday, 19 February 2016
  • , Updated: 19 February 2016, 11:21 AM IST

ଭୁବନେଶ୍ୱର: ମୁମ୍ବାଇ ‘ଇନ୍‌ଭେଷ୍ଟର୍ସ ମିଟ୍’ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪ଟି କଂପାନୀ ଓଡ଼ିଶାରେ ପାଖାପାଖି ୭୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ରାଜି ହୋଇଥିବା ବେଳେ ପୁଞ୍ଜିନିବେଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସମୀକ୍ଷା ବୈଠକ ପରେ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ ମୁମ୍ବାଇ ‘ଇନ୍‌ଭେଷ୍ଟର୍ସ ମିଟ୍’ରେ ରାଜ୍ୟ ସରକାର ୨୬ଟି କଂପାନୀ ସହିତ ଆଲୋଚନା କରିଥିଲେ। ସେଥିରୁ ୧୪ଟି କଂପାନୀ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ରାଜି ହୋଇଛନ୍ତି। ସେମାନେ ପାଖାପାଖି ୭୦ ହଜାର କୋଟି ଟଙ୍କା ନିବେଶ କରିବେ। ଆଜି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। କେମିତି ପୁଞ୍ଜିନିବେଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।

ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ରାଜ୍ୟରେ ଅଣ-ଖଣିଜପଦାର୍ଥ କ୍ଷେତ୍ର ଯେପରିକି ବିଦ୍ୟୁତ୍ ଉପକରଣ, ସୌରଶକ୍ତି, ଟେକ୍ସଟାଇଲ୍ ଆଦିରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଛି। ଏହା ରାଜ୍ୟ ପାଇଁ ଏକ ଖୁସି ଖବର। ରାଜ୍ୟରେ ପୁଞ୍ଜି ନିବେଶ କାର୍ଯ୍ୟକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ସେ ନେଇ ଆଜି ଦାୟିତ୍ୱ ବଣ୍ଟନ ଉପରେ ଆଲୋଚନା ହୋଇଥିଲା। ଯେପରିକି ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ପ୍ରସ୍ତାବ ସଂପର୍କରେ ରାଜ୍ୟର ଶକ୍ତି ବିଭାଗକୁ ଦାୟିତ୍ୱ ନେବାକୁ କୁହାଯାଇଛି।

ଶିଳ୍ପ ସଚିବ କହିଛନ୍ତି ଯେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନେକ ସୁବିଧା କରି ଦେଲେଣି। ଶିଳ୍ପ ପ୍ରତିଷ୍ଠା ପାଇଁ ଦରକାର ହେଉଥିବା ୧୪ ପ୍ରକାରର କ୍ଲିୟରାନ୍ସ ଏବେ ଗୋଟିଏ ଫର୍ମରେ ଉପଲବ୍ଧ ହେଉଛି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ କାର୍ଯ୍ୟକାରୀ କରିବାର ନଜିର ନାହିଁ।

Related story