ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା କୋହଳ, ସପ୍ତାହକୁ ଉଠାଇ ହେବ ୫୦ ହଜାର

ନୂଆଦିଲ୍ଲୀ: ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ଆହୁରି କୋହଳ ହୋଇଛି। ଆଜିଠାରୁ ବ୍ୟାଙ୍କ ଗ୍ରାହକ ସେମାନଙ୍କ ସଞ୍ଚୟ ତାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହା ପୂର୍ବରୁ କଟକଣା ଯୋଗୁଁ ସପ୍ତାହକୁ ୨୪,୦୦୦ ଟଙ୍କା ଉଠାଇ ହେଉଥିଲା। ୨୪,୦୦୦ ରୁ ଏକା ଥରକେ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ଯୋଗୁଁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ମାର୍ଚ୍ଚ ୧୩ ତାରିଖରୁ ଟଙ୍କା ଉଠାଣ ନେଇ ସବୁ ପ୍ରକାର କଟକଣା ଉଠାଇ ଦିଆଯିବ ବୋଲି ଆର୍‌ବିଆଇ ପକ୍ଷରୁ […]

note

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 09:33 AM IST

ନୂଆଦିଲ୍ଲୀ: ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ଆହୁରି କୋହଳ ହୋଇଛି। ଆଜିଠାରୁ ବ୍ୟାଙ୍କ ଗ୍ରାହକ ସେମାନଙ୍କ ସଞ୍ଚୟ ତାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହା ପୂର୍ବରୁ କଟକଣା ଯୋଗୁଁ ସପ୍ତାହକୁ ୨୪,୦୦୦ ଟଙ୍କା ଉଠାଇ ହେଉଥିଲା। ୨୪,୦୦୦ ରୁ ଏକା ଥରକେ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ଯୋଗୁଁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

ମାର୍ଚ୍ଚ ୧୩ ତାରିଖରୁ ଟଙ୍କା ଉଠାଣ ନେଇ ସବୁ ପ୍ରକାର କଟକଣା ଉଠାଇ ଦିଆଯିବ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ପର୍ଯ୍ୟାୟକ୍ରମେ ଟଙ୍କା ଉଠାଣ ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ ହୋଇଥିଲା।

Related story