ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଓମି ଆଜି ନିଜର ଏକ ନୂଆ ଫୋନ୍ ଲଞ୍ଚ୍ କରି ଆଉ ଏକ ନୂଆ ସିରିଜ୍ ଆରମ୍ଭ କରିଛି। ଏହି ଫୋନ୍ କମ୍ପାନୀର ନୂଆ ‘Play’ ସିରିଜ୍ର ପ୍ରଥମ ଫୋନ୍। ଏଥିରେ ୱାଟର ଡ୍ରପ୍ ନଚ୍ ଦିଆଯାଇଛି, ଯାହାକି ଅନ୍ୟ କୌଣସି ଫୋନ୍ରେ ନାହିଁ। ଏଥିରେ ଡୁଆଲ୍ ରିୟର କ୍ୟାମେରା ସହ ଅକ୍ଟୋ-କୋର୍ MediaTek Helio P35 ପ୍ରୋସେସର୍ ରହିଛି। ଏହା ବ୍ୟତୀତ ଏହି ଫୋନ୍ରେ ଗ୍ରାହକଙ୍କୁ ୧ ବର୍ଷ ଯାଏ ପ୍ରତି ମାସରେ ୧୦ ଜିବି ଡାଟା ମିଳିବ।
ଫୋନ୍ଟି ବର୍ତ୍ତମାନ ପାଇଁ କେବଳ ଚୀନ୍ରେ ଲଞ୍ଚ୍ କରାଯାଇଛି। ସେଠାରେ ଏହାର ମୂଲ୍ୟ 4GB ଭ୍ୟାରିଏଣ୍ଟର CNY 1,099 ରଖାଯାଇଛି ଯାହାକି ଆମ ଭାରତୀୟ ମୁଦ୍ରାରେ ପାଖାପାଖି ୧୧ ହଜାର ୧୦୦ ଟଙ୍କା ହେବ। ଭାରତରେ ଏହାର ଲଞ୍ଚ୍ ଓ ମୂଲ୍ୟକୁ ନେଇ ଏଯାଏଁ କିଛି ସୂଚନା ମିଳିନାହିଁ।
ସ୍ପେସିଫିକେଶନ୍
ଗ୍ରାହକଙ୍କୁ ଏହି ଫୋନ୍ ବ୍ଲାକ୍, ଡ୍ରିମ୍ ବ୍ଲୁ ଓ ଟ୍ୱିଲାଇଟ୍-ଗୋଲ୍ଡ କଲର ଅପଶନ୍ରେ ମିଳିବ। ଏଥିରେ ୧୯:୯ ଅନୁପାତ ସହ ୫.୮୪ ଇଞ୍ଚ୍ ଫୁଲ୍ ଏଚ୍ଡି ଫ୍ଲାସ(୧୦୮୦x୨୨୮୦ ପିକ୍ସେଲ୍) ଡିସ୍ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନ୍ରେ 4GB ରାମ୍ ଓ 64GB ଇଣ୍ଟରନାଲ୍ ମେମୋରି ଦିଆଯାଇଛି, ଯାହାକି ମେମୋରି କାର୍ଡ଼ ମାଧ୍ୟମରେ 256GB ଯାଏ ବଢ଼ାଯାଇପାରିବ।
କ୍ୟାମେରା କଥା କହିଲେ ଏଥିରେ ୧୨ ମେଗାପିକ୍ସେଲ୍ ଓ ୨ ମେଗାପିକ୍ସେଲ୍ର ୨ଟି ରିୟର କ୍ୟାମେରା ଦିଆଯାଇଛି। ଏଥିସହ ସେଲଫି ପାଇଁ ଏଥିରେ ୮ ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ଓ LED ଫ୍ଲାସ୍ ମଧ୍ୟ ଦିଆଯାଇଛି। ଫୋନ୍ରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି। ଏହି ଫୋନ୍ରେ ୩,୦୦୦mAhର ବ୍ୟାଟେରୀ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।