ନୂଆଦିଲ୍ଲୀ: ଏଲିଫୋନ୍ ଏକ ନୂଆ ପ୍ରକାରର ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏଥିରେ ୱିନଡୋଜ୍ 10 ଓ ଏନଡ୍ରଏଡ୍ 5.0 ଲାଲିପାପ୍ ଭଳି ଦୁଇଟି ମୋବାଇଲ ଓଏସ୍ ରହିବ। ଏହି ସ୍ମାର୍ଟଫୋନରେ 2.2 ଜିଏଚଜେଡ୍ ସ୍ପିଡର ମିଡିଆ ଟେକ୍ ଅକ୍ଟକୋର ପ୍ରୋସେସର୍ ଓ 3ଜିବିର ରାମ୍ ଦିଆଯାଇଛି।
ଏହି ଫୋନର ବିଶେଷତ୍ୱ ହେଉଛି ଏଥିରେ ଥିବା ଡୁଆଲ୍ ବୁଟ୍ ଫିଚର୍। ଫଳରେ ଏହାକୁ ୱିନଡୋଜ୍10ରେ ମଧ୍ୟ ଚଲା ଯାଇପାରିବ। ଆଉ ଯଦି ଆପଣ ଏନଡ୍ରଏଡ୍ ୫.୦ ଲାଲିପାପ୍ ବ୍ୟବହାର କରିବାକୁ ଚାହିଁବେ, ତା’ହେଲେ ଆପଣ ଫୋନକୁ ଏନଡ୍ରଏଡରେ ମଧ୍ୟ ବଦଳାଇ ପାରିବେ।
ଏହି ଫୋନ ଆଉ ଏକ ସ୍ୱତନ୍ତ୍ରତା ହେଉଛି ଯେ ଏଥିରେ Sony Exmor IMX230 ସେନ୍ସର ଲାଗିଛି। ଏହି ସେନ୍ସର ହେଉଛି ୨୦.୭ ମେଗାନିକ୍ସଲ କ୍ଷମତା ବିଶିଷ୍ଟ। ଏହି ଫୋନରେ ୪୨୦୦ ଏମଏଏଚର ବ୍ୟାଟେରୀ ଲାଗିଛି। 4k ଭିଡିଓ ରେକଡିଂର ସୁବିଧା ମଧ୍ୟ ରହିଛି ଏଥିରେ।
ଏହି ସ୍ମାର୍ଟଫୋନର ମୂଲ୍ୟ ୨୦,୦୦ ଟଙ୍କା ରହିଛି। ସେପ୍ଟେମ୍ୱର ୩୦ରୁ ଏହି ଫୋନର ବିକ୍ରି ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।