ନିବେଶର ଉତ୍ତମ ଫେରସ୍ତ ଦେବ ଭାରତ

ହଂକଂ: ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ବିଦେଶୀ ପୁଞ୍ଜିନିବେଶର ଉତ୍ତମ ଫେରସ୍ତ ଦେବ। ଏହାସହ ବିଦେଶୀ ପୁଞ୍ଜିନିବେଶ ଦେଶର ଭିତ୍ତିଭୂମି ଓ ଅନ୍ୟକ୍ଷେତ୍ରକୁ ଅଧିକ ମଜବୁତ କରିବାରେ ସମର୍ଥ ହେବ। ବିଦେଶୀ ନିବେଶକଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟ‌୍‍ଲୀ ରବିବାର ଏଭଳି ଆହ୍ୱାନ ଦେଇଛନ୍ତି। ପୁଞ୍ଜିନିବେଶକ ଓ ବ୍ୟବସାୟ ନେତୃବୃନ୍ଦଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ଜେଟ‌୍‍ଲୀ କହିଛନ୍ତି । ସେ କହିଛନ୍ତି ଯେ, ସରକାର ‘ମେକ‌୍‍ ଇନ‌୍‍ ଇଣ୍ଡିଆ’ ଓ ‘ଡିଜିଟାଲ‌୍‍ ଇଣ୍ଡିଆ’ […]

jaitley

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 03:11 PM IST

ହଂକଂ: ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ବିଦେଶୀ ପୁଞ୍ଜିନିବେଶର ଉତ୍ତମ ଫେରସ୍ତ ଦେବ। ଏହାସହ ବିଦେଶୀ ପୁଞ୍ଜିନିବେଶ ଦେଶର ଭିତ୍ତିଭୂମି ଓ ଅନ୍ୟକ୍ଷେତ୍ରକୁ ଅଧିକ ମଜବୁତ କରିବାରେ ସମର୍ଥ ହେବ। ବିଦେଶୀ ନିବେଶକଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟ‌୍‍ଲୀ ରବିବାର ଏଭଳି ଆହ୍ୱାନ ଦେଇଛନ୍ତି। ପୁଞ୍ଜିନିବେଶକ ଓ ବ୍ୟବସାୟ ନେତୃବୃନ୍ଦଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ଜେଟ‌୍‍ଲୀ କହିଛନ୍ତି । ସେ କହିଛନ୍ତି ଯେ, ସରକାର ‘ମେକ‌୍‍ ଇନ‌୍‍ ଇଣ୍ଡିଆ’ ଓ ‘ଡିଜିଟାଲ‌୍‍ ଇଣ୍ଡିଆ’ ଭଳି ପଦକ୍ଷେପ ମାଧ୍ୟମରେ ଦେଶକୁ ବ୍ୟବସାୟ ଅନୁକୂଳ କରିବାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଉଛି। ଏହା ଭାରତର ନିର୍ମାଣ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ଏବେ ଦେଶର ରେଳବାଇ, ରାଜପଥ ଓ ଶକ୍ତି ଭଳି କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜିନିବେଶ ଆବଶ୍ୟକ ବୋଲି ସେ କହିଛନ୍ତି।

Related story