ଡିଜିଟାଲ୍ କାରବାର କଲେ ପୁରସ୍କୃତ କରିବେ ନୀତି ଆୟୋଗ

ନୂଆଦିଲ୍ଲୀ: ଡିଜିଟାଲ୍ କାରବାର ବଢ଼ାଇବା ପାଇଁ ନୀତି ଆୟୋଗ ପୁରସ୍କାର ଘୋଷଣା କରିଛନ୍ତି। ଡିଜିଟାଲ୍ କାରବାର କରି ବିଜୟୀ ତାଲିକାରେ ସ୍ଥାନ ପାଇଥିବା ୧୫,୦୦୦ ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ଶହେ ଦିନ ପାଇଁ ଏହି ସ୍କିମ୍ ଚାଲିବ। ସେହିପରି ସାପ୍ତାହିକ ଭିତ୍ତିରେ ୭ ହଜାର ଲୋକଙ୍କୁ ପୁରସ୍କୃତ କରାଯିବ। ସାଧାରଣ ଗ୍ରାହକଙ୍କ ପାଇଁ ଏକ ଲକ୍ଷ ଓ ବ୍ୟବସାୟୀଙ୍କ ପାଇଁ ୫୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏପ୍ରିଲ୍ ୧୪ରେ ଏକ କୋଟିର […]

nitiaoag

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 07:59 AM IST

ନୂଆଦିଲ୍ଲୀ: ଡିଜିଟାଲ୍ କାରବାର ବଢ଼ାଇବା ପାଇଁ ନୀତି ଆୟୋଗ ପୁରସ୍କାର ଘୋଷଣା କରିଛନ୍ତି। ଡିଜିଟାଲ୍ କାରବାର କରି ବିଜୟୀ ତାଲିକାରେ ସ୍ଥାନ ପାଇଥିବା ୧୫,୦୦୦ ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ଶହେ ଦିନ ପାଇଁ ଏହି ସ୍କିମ୍ ଚାଲିବ। ସେହିପରି ସାପ୍ତାହିକ ଭିତ୍ତିରେ ୭ ହଜାର ଲୋକଙ୍କୁ ପୁରସ୍କୃତ କରାଯିବ। ସାଧାରଣ ଗ୍ରାହକଙ୍କ ପାଇଁ ଏକ ଲକ୍ଷ ଓ ବ୍ୟବସାୟୀଙ୍କ ପାଇଁ ୫୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏପ୍ରିଲ୍ ୧୪ରେ ଏକ କୋଟିର ମେଗା ପୁରସ୍କାର ଦିଆଯିବ। ୫୦ ଟଙ୍କାରୁ ଆରମ୍ଭ କରି ୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ଏହି ସ୍କିମ୍ ଲାଗୁ ହେବ।

Related story