ନୋକିଆ 3.1 plus ଫୋନ୍‌ରେ ମିଳୁଛି ଏହି ସବୁ ଲାଭ

ନୂଆଦିଲ୍ଲୀ: ବଜାରକୁ ଆସିଛି ନୂଆ ନୋକିଆ 3.1 plus ସ୍ମାର୍ଟଫୋନ୍‌। ଏହି ଫୋନ୍‌କୁ ଆପଣ ନୋକିଆର ଯେ କୌଣସି ୱେବ୍‌ ଷ୍ଟୋର୍‌ରୁ କିଣିପାରିବେ। ଏଥିରେ ଅନେକ ଆକର୍ଷଣୀୟ ଫିଚର୍‌ ରହିବା ସହ ଆପଣଙ୍କୁ ଅଫର୍‌ ସୁବିଧା ମିଳିବାର ସୁଯୋଗ ମଧ୍ୟ ରହିଛି। ନୋକିଆ 3.1 plus ସ୍ମାର୍ଟଫୋନ୍ କିଣିଲେ, ଏୟାର୍‌ଟେଲ୍ ଗ୍ରାହକମାନେ ମାତ୍ର ୧୯୯ ଟଙ୍କାର ରିଚାର୍ଜ ସୁବିଧା ସହ ୧ ଟିବି ଡାଟା ପାଇପାରିବେ। ୧୧୪୯୯ ଟଙ୍କା ମୂଲ୍ୟର ଏହି ଫୋନ୍‌ରେ କ’ଣ ସବୁ ଫିଚର୍‌ […]

nokia-3.1

nokia-3.1

Puspanjali Panda
  • Published: Sunday, 21 October 2018
  • Updated: 21 October 2018, 07:57 PM IST

Sports

Latest News

ନୂଆଦିଲ୍ଲୀ: ବଜାରକୁ ଆସିଛି ନୂଆ ନୋକିଆ 3.1 plus ସ୍ମାର୍ଟଫୋନ୍‌। ଏହି ଫୋନ୍‌କୁ ଆପଣ ନୋକିଆର ଯେ କୌଣସି ୱେବ୍‌ ଷ୍ଟୋର୍‌ରୁ କିଣିପାରିବେ। ଏଥିରେ ଅନେକ ଆକର୍ଷଣୀୟ ଫିଚର୍‌ ରହିବା ସହ ଆପଣଙ୍କୁ ଅଫର୍‌ ସୁବିଧା ମିଳିବାର ସୁଯୋଗ ମଧ୍ୟ ରହିଛି। ନୋକିଆ 3.1 plus ସ୍ମାର୍ଟଫୋନ୍ କିଣିଲେ, ଏୟାର୍‌ଟେଲ୍ ଗ୍ରାହକମାନେ ମାତ୍ର ୧୯୯ ଟଙ୍କାର ରିଚାର୍ଜ ସୁବିଧା ସହ ୧ ଟିବି ଡାଟା ପାଇପାରିବେ।

୧୧୪୯୯ ଟଙ୍କା ମୂଲ୍ୟର ଏହି ଫୋନ୍‌ରେ କ’ଣ ସବୁ ଫିଚର୍‌ ରହିଛି ଆସନ୍ତୁ ଜାଣିବା।

ଏଥିରେ ୩ ଜିବି ରାମ୍‌ ରହିବା ସହିତ ୩୨ ଜିବିର ଷ୍ଟୋରେଜ୍‌ କ୍ଷମତା ରହିଛି ଏବଂ ମେମୋରୀ କାର୍ଡ ଜରିଆରେ ଆପଣ ଏହାର କ୍ଷମତା ୪୦୦ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ।
ନୋକିଆ 3.1 plus ଫୋନ୍‌ରେ Helio P22 ପ୍ରୋସେସର୍‌ ରହିଛି।
ଏହାର ଫ୍ରଣ୍ଟ୍‌ କ୍ୟାମେରା ୮ ମେଗା ପିକ୍ସେଲ୍‌ ରହିଥିବା ବେଳେ ବ୍ୟାକ୍‌ କ୍ୟାମେରା ୫ ମେଗା ପିକ୍ସେଲ୍‌ ରହିଛି।
ଏହି ଫୋନ୍‌ର ଦୁଇଟି ଭାରିୟାଣ୍ଟ୍‌ ରହିଛି। ଗୋଟିଏରେ ୨ଜିବି ରାମ୍‌ ୧୬ ଜିବି ଷ୍ଚୋରେଜ୍‌ ରହିଥିବା ବେଳେ ଅନ୍ୟଟିରେ ୩ ଜିବି ରାମ୍ ଓ ୩୨ଜିବି ଷ୍ଚୋରେଜ୍‌ କ୍ଷମତା ରହିଛି।
ନୋକିଆ 3.1 plus ଫୋନ୍‌ରେ ୬ ଇଞ୍ଚ୍‌ ଏଚ୍‌ଡି ଗ୍ଲାସ୍‌ ରହିଛି।
ଏଥିରେ ସଦ୍ୟ ରିଲିଜ୍‌ ହୋଇଥିବା ଆଣ୍ଡ୍ରଏଡ୍‌ 8.1 oreo ଦିଆଯାଇଛି।
ଏସବୁ ବ୍ୟତୀତ ଏଥିରେ ୩୫୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos