ଟ୍ରିପଲ୍‌ କ୍ୟାମେରା ସହ ଲଞ୍ଚ୍ ହେଲା Nokia 7.2 ଓ Nokia 6.2

ନୂଆଦିଲ୍ଲୀ: ବର୍ଲିନ୍‌ର IFA ଟେକ୍‌ ଫେୟାରରେ ଫିନ୍‌ଲାଣ୍ଡର କମ୍ପାନୀ ଏଚ୍‌ଏମ୍‌ଡି ଗ୍ଲୋବାଲ ଦୁଇଟି ନୂଆ ନୋକିଆ ଫୋନ୍‌ ଲଞ୍ଚ୍‌ କରିଛି। ଏହି ଦୁଇଟି ହେଉଛି Nokia 7.2 ଓ Nokia 6.2 ଏହି ଦୁଇଟିଯାକ ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ ୱାନ୍‌ ପ୍ଲାଟଫର୍ମରେ କାମ କରେ। ଏଥିସହ କମ୍ପାନୀ କିଛି ଫିଚର୍ ଫୋନ୍‌ ଓ ପାୱାର ଇୟରବଡ୍‌ସ ମଧ୍ୟ ଲଞ୍ଚ୍‌ କରିଛି। କମ୍ପାନୀ ୟୁରୋପ ପାଇଁ Nokia 6.2ର ମୂଲ୍ୟ EUR 199(ପାଖାପାଖି ୧୫,୮୦୦ ଟଙ୍କା) ରଖିଛି। ଏହି ଫୋନ୍‌ […]

nokia

Chinmayee Roy
  • Published: Saturday, 07 September 2019
  • , Updated: 07 September 2019, 02:31 PM IST

ନୂଆଦିଲ୍ଲୀ: ବର୍ଲିନ୍‌ର IFA ଟେକ୍‌ ଫେୟାରରେ ଫିନ୍‌ଲାଣ୍ଡର କମ୍ପାନୀ ଏଚ୍‌ଏମ୍‌ଡି ଗ୍ଲୋବାଲ ଦୁଇଟି ନୂଆ ନୋକିଆ ଫୋନ୍‌ ଲଞ୍ଚ୍‌ କରିଛି। ଏହି ଦୁଇଟି ହେଉଛି Nokia 7.2 ଓ Nokia 6.2 ଏହି ଦୁଇଟିଯାକ ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ ୱାନ୍‌ ପ୍ଲାଟଫର୍ମରେ କାମ କରେ। ଏଥିସହ କମ୍ପାନୀ କିଛି ଫିଚର୍ ଫୋନ୍‌ ଓ ପାୱାର ଇୟରବଡ୍‌ସ ମଧ୍ୟ ଲଞ୍ଚ୍‌ କରିଛି।

କମ୍ପାନୀ ୟୁରୋପ ପାଇଁ Nokia 6.2ର ମୂଲ୍ୟ EUR 199(ପାଖାପାଖି ୧୫,୮୦୦ ଟଙ୍କା) ରଖିଛି। ଏହି ଫୋନ୍‌ ଦୁଇଟି କଲର ଅପଶନ୍ ସେରାମିକ୍‌ ବ୍ଲାକ୍‌ ଓ ଆଇଲ କଲର୍‌ରେ ମିଳିବ। ସେହିପରି Nokia 7.2ର ମୂଲ୍ୟ EUR 299(ପାଖାପାଖି ୨୩ ହଜାର ୬୫୩ ଟଙ୍କା) ରଖାଯାଇଛି। ଏହାକୁ ଗ୍ରାହକ ସିଆନ୍‌ ଗ୍ରାନ୍‌, ଚାରକୋଲ୍ ଓ ଆଇସ୍‌ କଲର୍‌ ଅପଶନ୍‌ରେ କିଣିପାରିବେ। ଏପର୍ଯ୍ୟନ୍ତ ଭାରତରେ ଏହାର  ଉପଲବ୍ଧତା ବିଷୟରେ କୌଣସି ସୂଚନା ମିଳିନାହିଁ। ଗତବର୍ଷ ଜାନୁଆରୀରେ Nokia 6.1 ଓ ଡିସେମ୍ବରରେ Nokia 7.1କୁ ଭାରତରେ ଲଞ୍ଚ୍‌ କରାଯାଇଥିଲା। ତେଣୁ ଖୁବ୍‌ ଶୀଘ୍ର ଭାରତରେ Nokia 6.2 ଓ Nokia 7.2 ମଧ୍ୟ ଲଞ୍ଚ୍‌ ହୋଇଯିବ ବୋଲି ଆଶା କରାଯାଉଛି।

Nokia 6.2ର ସ୍ପେଶିଫିକେଶନ: ଏହି ଫୋନ୍‌ ଆଣ୍ଡ୍ରଏଡ୍ 9 pieରେ ଚାଲେ। ଏଥିରେ HDR ସପୋର୍ଟ ଓ ଗରିଲ୍ଲା ଗ୍ଲାସ୍ ୩ ସହ ୬.୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏହି ଫୋନ୍‌ରେ ୪ ଜିବି ରାମ୍‌ ସହ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୩୬ ପ୍ରୋସେସର ମିଳିବ। Nokia 6.2ରେ 3,500mAhର ବ୍ୟାଟେରୀ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏହାର ରିୟରରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି, ଯେଉଁଥିରେ ମୁଖ୍ୟ କ୍ୟାମେରାଟି ୧୬ ମେଗାପିକ୍ସେଲର ରହିଛି। ସେହିପରି ସେଲଫି ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହାର ଇଣ୍ଟରନାଲ ମୋମୋରି ୧୨୮ ଜିବିର ଯାହାକୁ କାର୍ଡ଼ ସାହାଯ୍ୟରେ ୫୧୨ ଜିବିକୁ ବଢ଼ାଯାଇପାରିବ।

Nokia 7.2ର ସ୍ପେଶିଫିକେଶନ: ଡୁଆଲ-ସିମ୍‌ (ନୋନୋ)ସପୋର୍ଟଯୁକ୍ତ ଏହି ଫୋନ୍‌ ଆଣ୍ଡ୍ରଏଡ୍ 9pieରେ କାମ କରେ।  ଏଥିରେ ମଧ୍ୟ HDR ସପୋର୍ଟ ଓ ଗରିଲ୍ଲା ଗ୍ଲାସ୍ ୩ ସହ ୬.୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଫୋନ୍‌ରେ ୬ ଜିବି ପର୍ଯ୍ୟନ୍ତ ରାମ୍‌ ସହ ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୬୬୦ ପ୍ରୋସେସର୍ ଦିଆଯାଇଛି। ଏହାର ବ୍ୟାଟ୍ରୀ ମଧ୍ୟ 3,500mAhର।  ଫଟୋଗ୍ରାଫି ପାଇଁ ଏହାର ରିୟରରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ରହିଛି ଯେଉଁଥିରେ ମୁଖ୍ୟ କ୍ୟାମେରାଟି ୪୮ ମେଗାପିକ୍ସେଲର ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଏହି ଫୋନ୍‌ରେ ୨୦ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। Nokia 6.2 ପରି ଏହାର ୧୨୮ ଜିବିର ଇଣ୍ଟରନାଲ ମୋମୋରିକୁ ମଧ୍ୟ କାର୍ଡ଼ ସାହାଯ୍ୟରେ ୫୧୨ ଜିବିକୁ ବଢ଼ାଯାଇପାରିବ।

Related story