ନୋଟବନ୍ଦୀ ପରେ ରାଜ୍ୟର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ନୋଟବନ୍ଦୀ ପରେ ରାଜ୍ୟର ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଆଜି ସମୀକ୍ଷା କରିଥିଲେ। ବୈଠକରେ ବ୍ୟାଙ୍କ ନ ଥିବା ଗ୍ରାମ ପଞ୍ଚାୟତରେ କେମିତି ଆର୍ଥିକ କାରବାର ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ବୈଠକ ପରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି,“୧୦୭ ବ୍ଲକର ଏକ ହଜାର ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ପ୍ରତିନିଧି ନିଯୁକ୍ତ ହେବେ।୨ ଦିନ ଭିତରେ  ବ୍ୟାଙ୍କିଙ୍ଗ ପ୍ରତିନିଧି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।” ସେ ଆହୁରି କହିଛନ୍ତି,“ରାଜ୍ୟ ଜୀବିକା […]

aditya-prasad

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 07:58 PM IST

ଭୁବନେଶ୍ୱର: ନୋଟବନ୍ଦୀ ପରେ ରାଜ୍ୟର ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଆଜି ସମୀକ୍ଷା କରିଥିଲେ। ବୈଠକରେ ବ୍ୟାଙ୍କ ନ ଥିବା ଗ୍ରାମ ପଞ୍ଚାୟତରେ କେମିତି ଆର୍ଥିକ କାରବାର ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ବୈଠକ ପରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି,“୧୦୭ ବ୍ଲକର ଏକ ହଜାର ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ପ୍ରତିନିଧି ନିଯୁକ୍ତ ହେବେ।୨ ଦିନ ଭିତରେ  ବ୍ୟାଙ୍କିଙ୍ଗ ପ୍ରତିନିଧି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।”

ସେ ଆହୁରି କହିଛନ୍ତି,“ରାଜ୍ୟ ଜୀବିକା ମିଶନ ଜରିଆରେ ପ୍ରତିନିଧି ନିୟୁକ୍ତ ହେବ। ସରକାରୀ ସ୍ତରରେ ଡିଜିଟାଲ ପେମେଣ୍ଟ ନେଇ ଗୁରୁତ୍ୱ ଦିଆଯିବ। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କୁ ତାଲିମ ଦାୟିତ୍ୱ ଦିଆଯାଇଛି।”

Related story