ନୋଟ୍ ଅଚଳ: ସ୍ଥିତି ସୁଧୁରିନି, ଟଙ୍କା ପାଇଁ ବ୍ୟାଙ୍କ ଓ ଏଟିଏମ୍‌ରେ ଲମ୍ବା ଲାଇନ୍‌

ଭୁବନେଶ୍ୱର:  ୫୦୦ ଓ ୧୦୦୦ ଟଙ୍କିଆ  ନୋଟ୍‌ ଅଚଳ ହେବାର ୪ ଦିନ ପରେ ସ୍ଥିତି ସୁଧୁରି ନାହିଁ। ବିଭିନ୍ନ ଏଟିଏମ୍‌ ଓ ବ୍ୟାଙ୍କ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ରବିବାର ମଧ୍ୟ ବ୍ୟାଙ୍କ ଖୋଲା ରହିଛି। କିଛି ସ୍ଥାନରେ ଟଙ୍କା ମିଳୁ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜରୁରୀ ସେବା ଓ ଆତ୍ୟାବଶ୍ୟକ ସ୍ଥାନରେ ପୁରୁଣା ୫୦୦ଓ ୧୦୦୦ଟଙ୍କିଆ ନୋଟ୍‌ ଚଳିବା ଅବଧି ଆସନ୍ତାକାଲି […]

bank

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 05:54 PM IST

ଭୁବନେଶ୍ୱର:  ୫୦୦ ଓ ୧୦୦୦ ଟଙ୍କିଆ  ନୋଟ୍‌ ଅଚଳ ହେବାର ୪ ଦିନ ପରେ ସ୍ଥିତି ସୁଧୁରି ନାହିଁ। ବିଭିନ୍ନ ଏଟିଏମ୍‌ ଓ ବ୍ୟାଙ୍କ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ରବିବାର ମଧ୍ୟ ବ୍ୟାଙ୍କ ଖୋଲା ରହିଛି। କିଛି ସ୍ଥାନରେ ଟଙ୍କା ମିଳୁ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜରୁରୀ ସେବା ଓ ଆତ୍ୟାବଶ୍ୟକ ସ୍ଥାନରେ ପୁରୁଣା ୫୦୦ଓ ୧୦୦୦ଟଙ୍କିଆ ନୋଟ୍‌ ଚଳିବା ଅବଧି ଆସନ୍ତାକାଲି ଯାଏଁ ବୃଦ୍ଧି କରାଯାଇଛି। ଜାତୀୟ ରାଜପଥରେ ଟୋଲ୍‌ ଗେଟ ଫି ଆଦାୟର ବନ୍ଦ ଅବଧି ମଧ୍ୟ ଆସନ୍ତାକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Related story