ଏନେଇ ‘ଦି ଇଣ୍ଡସ ଏଣ୍ଟରପ୍ରିନିୟର୍ସ’ର ଓଡ଼ିଶା ମୁଖ୍ୟ ରାଜୀବ ସାହୁ କହିଛନ୍ତି,“ସରକାରଙ୍କ ପକ୍ଷରୁ ନଭେମ୍ବରରେ ଷ୍ଟାର୍ଟଅପ୍ ଫେଷ୍ଟିଭାଲ କରାଯିବ। ଏଥିରେ ଏଣ୍ଟରପ୍ରିନିୟର୍ସଙ୍କୁ ପ୍ରୋତ୍ସାହିତ କରାଯିବ। ଏଣ୍ଟରପ୍ରିନିୟର୍ସଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏଣ୍ଟରପ୍ରିନିୟର୍ସ ମାନଙ୍କୁ କିପରି ରାଜ୍ୟରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ।”
ଷ୍ଟାର୍ଟଅପ୍ ଓଡ଼ିଶାର ବାର୍ତ୍ତା ନେଇ ଆମେରିକାର ସିଲିକିନ୍ ଭ୍ୟାଲିରେ ଗ୍ଲୋବାଲ କନ୍ଫରେନ୍ସ, ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ, ଫେସ୍ବୁକ୍ ଓ ଗୁଗଲ ମୁଖ୍ୟାଳୟ ଯାଇଥିଲା ଟିମ୍ ଓଡ଼ିଶା। ଏଥିରେ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରାଯାଇଥିଲା। ଟାଇ-ସିଲିକନ୍ ଭ୍ୟାଲି ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଭାରତ ସମେତ ୨୫ଟି ଦେଶର ପ୍ରାୟ ୫ ହଜାର ପ୍ରଫେସନାଲ୍ ଯୋଗ ଦେଇଥିଲେ। ଓଡ଼ିଶାରେ ଆଇଟି, ଇଲେକ୍ଟ୍ରୋନିକ୍ସ ଆଣ୍ଡ ମାନୁଫ୍ୟାକ୍ଚରିଂ, ଫୁଡ୍ ପ୍ରୋସେସିଂ, କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି।
ଏନେଇ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“କେମିକାଲ ଓ ପେଟ୍ରୋକେମିକାଲ ଇତ୍ୟାଦି କ୍ଷେତ୍ର ଉପରେ ଅଧିକ ଫୋକସ୍ କରାଯାଇଛି। ଏହା ସହ ୫ଟି ଫୋକସ୍ ସେକ୍ଟର ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ କେପିଏମ୍ଜି ପକ୍ଷରୁ ଆମକୁ ଦିଆଯାଇଥିବା ଉପଦେଶକୁ ଗ୍ରହଣ କରାଯାଇଛି। ଏହାକୁ ଆମେ କଡ଼ାକଡ଼ି କରିଛୁ। ଏନେଇ ଏକ ଡ୍ରାଫ୍ଟ ପଲିସି କରି ସାରିଛୁ। ଷ୍ଟାର୍ଟଅପ୍ର ଏପିସେଣ୍ଟର କୁହାଯାଉଥିବା ସିଲିକନ୍ଭ୍ୟାଲିରେ ଷ୍ଟାର୍ଟଅପ୍ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।”