ନୂଆ ଖାଦ୍ୟ ପଦାର୍ଥ ସହ ପୁଣି ବଜାରକୁ ଓହ୍ଲାଇବ ନେସଲେ

ନୂଆଦିଲ୍ଲୀ:  ନୂଆ ପ୍ରକାର ଖାଦ୍ୟ ନେଇ ବଜାରକୁ ଫେରିବାକୁ ପ୍ରସ୍ତୁତି ଚଳାଇଛି ନେସଲେ । ଅତ୍ୟଧିକ ସୀସା ଥିବା ଯୋଗୁ ମ୍ୟାଗି ନୁଡୁଲ୍ସ ଭାରତୀୟ ବଜାରରେ ବ୍ୟାନ୍ ହୋଇଯିବା ପରେ  ନେସଲେ ପକ୍ଷରୁ ଏହି ପ୍ରସ୍ତୁତି କରାଯାଉଛି। ମ୍ୟାଗି ନୁଡୁଲ୍ସ  ସ୍ଥାନରେ ଏକ ନୂଆ ଖାଦ୍ୟ ପଦାର୍ଥ ବଜାରକୁ ଛାଡିବାକୁ ନେସଲେର ବୈଜ୍ଞାନିକ ମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ମ୍ୟାଗି ଆଉ ଭାରତୀୟ ବଜାରକୁ ଫେରିପାରିବ କି ନାହିଁ ସେ ସମ୍ପର୍କରେ ଚିନ୍ତା ନ କରି ନେସଲେ […]

magiiiiiiii

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 12:22 PM IST

ନୂଆଦିଲ୍ଲୀ:  ନୂଆ ପ୍ରକାର ଖାଦ୍ୟ ନେଇ ବଜାରକୁ ଫେରିବାକୁ ପ୍ରସ୍ତୁତି ଚଳାଇଛି ନେସଲେ । ଅତ୍ୟଧିକ ସୀସା ଥିବା ଯୋଗୁ ମ୍ୟାଗି ନୁଡୁଲ୍ସ ଭାରତୀୟ ବଜାରରେ ବ୍ୟାନ୍ ହୋଇଯିବା ପରେ  ନେସଲେ ପକ୍ଷରୁ ଏହି ପ୍ରସ୍ତୁତି କରାଯାଉଛି। ମ୍ୟାଗି ନୁଡୁଲ୍ସ  ସ୍ଥାନରେ ଏକ ନୂଆ ଖାଦ୍ୟ ପଦାର୍ଥ ବଜାରକୁ ଛାଡିବାକୁ ନେସଲେର ବୈଜ୍ଞାନିକ ମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି।

ମ୍ୟାଗି ଆଉ ଭାରତୀୟ ବଜାରକୁ ଫେରିପାରିବ କି ନାହିଁ ସେ ସମ୍ପର୍କରେ ଚିନ୍ତା ନ କରି ନେସଲେ ପକ୍ଷରୁ ଏଭଳି ଉଦ୍ୟମ  ଆରମ୍ଭ କରିଦିଆଯାଇଛି। ନେସଲେ ଏବେ ସ୍ନାକ୍ସ ବଜାର ଉପରେ ଆଖି ପକାଇଛି। କୁହାଯାଉଛି ଯେ ନେସଲେ ରେଡି ଟୁ ଇଟ୍  ଅବା ରେଡି କୁକ୍ ଢ଼ଙ୍ଗରେ ସ୍ନାକ୍ସ ପ୍ରସ୍ତୁତ କରୁଛି।

ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ଏ ମାମଲାରେ କ୍ଲିୟରାନ୍ସ ମିଳିବା ପରେ ମ୍ୟାଗିକୁ ନୂଆ ରୂପରେ ବଜାରରେ ପ୍ରବେଶ କରାଇବାକୁ  ମଧ୍ୟ କମ୍ପାନୀ ଯୋଜନା କରୁଛି। ତେବେ ତା’ ପୂର୍ବରୁ ମ୍ୟାଗି ନୁଡୁଲ୍ସର ଖାଲି ଜାଗାକୁ ସ୍ନାକ୍ସ ମାଧ୍ୟମରେ ପୂରଣ କରିବାକୁ କମ୍ପାନୀ ଜୋରସୋରରେ ଲାଗିପଡିଛି। ଗ୍ରାହକ ମାନଙ୍କ ମନ ଜିଣିଲା ଭଳି ଜିନିଷ ପ୍ରସ୍ତୁତ କରାଯାଉଛି ବୋଲି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି।

 

 

 

Related story