ଓଡ଼ିଶାର ୪ଟି ସହରରେ ଖୋଲିବ ଏସ୍‌ଟିପିଆଇ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତିର ବିକାଶ ଲକ୍ଷ୍ୟରେ ୪ଟି ସହରରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ(ଏସ୍‌ଟିପିଆଇ) କେନ୍ଦ୍ର ଖୋଲାଯିବ। ଏଥିପାଇଁ ରାଜ୍ୟ ସରକାର ଏସ୍‌ଟିପିଆଇ ସହିତ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି। ଏହି ଏସ୍‌ଟିପିଆଇ କେନ୍ଦ୍ର ଗୁଡ଼ିକ ଅନୁଗୋଳ, ଯାଜପୁର, ଜୟପୁର ଓ ସମ୍ୱଲପୁରରେ ଖୋଲାଯିବ। ଏସ୍‌ଟିପିଆଇ କେନ୍ଦ୍ର ପ୍ରତିଷ୍ଠା ହେଲେ ସୂଚନା ପ୍ରଯୁକ୍ତିର ବିକାଶ ସାଙ୍ଗକୁ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହାଛଡ଼ା ରାଜ୍ୟରୁ ସପ୍ଟୱେୟାର ରପ୍ତାନୀ ବୃଦ୍ଧି ହୋଇପାରିବ। ଆଇଟି, […]

stpi-mou

Rakesh Mallick
  • Published: Saturday, 05 November 2016
  • , Updated: 06 November 2016, 07:12 AM IST

ଭୁବନେଶ୍ୱର: ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତିର ବିକାଶ ଲକ୍ଷ୍ୟରେ ୪ଟି ସହରରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ(ଏସ୍‌ଟିପିଆଇ) କେନ୍ଦ୍ର ଖୋଲାଯିବ। ଏଥିପାଇଁ ରାଜ୍ୟ ସରକାର ଏସ୍‌ଟିପିଆଇ ସହିତ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି। ଏହି ଏସ୍‌ଟିପିଆଇ କେନ୍ଦ୍ର ଗୁଡ଼ିକ ଅନୁଗୋଳ, ଯାଜପୁର, ଜୟପୁର ଓ ସମ୍ୱଲପୁରରେ ଖୋଲାଯିବ।

ଏସ୍‌ଟିପିଆଇ କେନ୍ଦ୍ର ପ୍ରତିଷ୍ଠା ହେଲେ ସୂଚନା ପ୍ରଯୁକ୍ତିର ବିକାଶ ସାଙ୍ଗକୁ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହାଛଡ଼ା ରାଜ୍ୟରୁ ସପ୍ଟୱେୟାର ରପ୍ତାନୀ ବୃଦ୍ଧି ହୋଇପାରିବ। ଆଇଟି, ଆଇଟିଇଏସ୍‌ କମ୍ପାନୀ ଗୁଡ଼ିକୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକର୍ଷିତ ହେବେ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଇଟି ସଚିବ ପ୍ରଦୀପ କୁମାର ଜେନା ଓ ଏସ୍‌ଟିପିଆଇ ମହାନିର୍ଦ୍ଦେଶକ ଓମ୍‌କାର ରାଓଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

Related story