ସରକାରୀ ସ୍ତରରେ ବିଳମ୍ବ: ରାଜ୍ୟରେ ହେଉନି ଆଶନୁରୂପ ପୁଞ୍ଜିନିବେଶ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ବାସ୍ତବ ଚିତ୍ର ଓ ଶିଳ୍ପାୟନକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ମେକ୍‌ ଇନ୍‌ ଇଣ୍ଡିଆ ଓ ଓଡ଼ିଶା ଇନ୍‌ଭେଷ୍ଟେର୍ସ ମିଟ୍‌ରେ ବହୁ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ରାଜ୍ୟରେ ସେପରି ଆଖିଦୃଶିଆ ପୁଞ୍ଜିନିବେଶ ହୋଇ ନ ଥିବା ଅଭିଯୋଗ ହେଉଛି। ସରକାରୀ ପ୍ରକ୍ରିୟରେ ବିଳମ୍ବ ପାଇଁ ଏପରି ହେଉଥିବା ଅଭିଯୋଗ ହେଉଛି। ଫେବୃଆରୀରେ ହୋଇଥିବା ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। […]

khani

Rakesh Mallick
  • Published: Tuesday, 11 October 2016
  • , Updated: 11 October 2016, 09:09 PM IST

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ବାସ୍ତବ ଚିତ୍ର ଓ ଶିଳ୍ପାୟନକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ମେକ୍‌ ଇନ୍‌ ଇଣ୍ଡିଆ ଓ ଓଡ଼ିଶା ଇନ୍‌ଭେଷ୍ଟେର୍ସ ମିଟ୍‌ରେ ବହୁ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ରାଜ୍ୟରେ ସେପରି ଆଖିଦୃଶିଆ ପୁଞ୍ଜିନିବେଶ ହୋଇ ନ ଥିବା ଅଭିଯୋଗ ହେଉଛି। ସରକାରୀ ପ୍ରକ୍ରିୟରେ ବିଳମ୍ବ ପାଇଁ ଏପରି ହେଉଥିବା ଅଭିଯୋଗ ହେଉଛି।

ଫେବୃଆରୀରେ ହୋଇଥିବା ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ରାଜ୍ୟରେ ୭୦,୯୫୯ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଘୋଷଣା ହୋଇଥିଲା। ଅଗଷ୍ଟରେ ବେଙ୍ଗାଲୁରୁରେ ହୋଇଥିବା ଓଡ଼ିଶା ଇନ୍‌ଭେଷ୍ଟେରର୍ସ ମିଟ୍‌ହୋଇଥିଲା। ଏହି ମିଟ୍‌ରେ ବିଭିନ୍ନ କମ୍ପାନୀ ରାଜ୍ୟରେ ୯୦,୬୭୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଚଳିତବର୍ଷ ରାଜ୍ୟ ପାଇଁ ୨୪୦୦ କୋଟି ଟଙ୍କାର ନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ଅନୁମୋଦନ ମିଳିଛି। ମାତ୍ର ୯ଟି କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରେ ଏନ୍‌ଏଲ୍‌ସି, ନାଲକୋ, ଗୀତାଞ୍ଜଳି ଏକ୍ସପର୍ଟସ, ମମତା ଫେବ୍ରିକସ୍‌, ଆଇଟିସି ଭଳି କମ୍ପାନୀ ରହିଛନ୍ତି।

ବହୁ କମ୍ପାନୀ ନିବେଶ ପାଇଁ ଆଗ୍ରହୀ ଥିବା ସତ୍ତ୍ୱେ ରାଜ୍ୟ ସରକାରୀ ସ୍ତରରେ ପ୍ରକ୍ରିୟାରେ ବିଳମ୍ବ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।

ଭୁବନେଶ୍ୱର ଟାଇ ସଭାପତି ରାଜୀବ ସାହୁ କହିଛନ୍ତି,“ଏଭଳି ନ ହେଉ କି ଜମି ପାଇଁ ଆବେଦନ କରିବା ପରେ ଜାଗା ଖୋଜିବା ଆରମ୍ଭ ହେବ। ଏଥିରେ ୪ରୁ ୫ ବର୍ଷ ଲାଗିଯିବ। କମ ସମୟରେ ସେମାନେ କିପରି ଶିଳ୍ପ ପ୍ରତିଷ୍ଠା କରି ଉତ୍ପାଦନ ଆରମ୍ଭ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର। ଏପରି ହୋଇପାରିଲେ ଓଡ଼ିଶା ଅଗ୍ରଣୀ ଶିଳ୍ପ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିବ।”

ନିକଟରେ ପ୍ରକାଶ ପାଇଥିବା ଏସିଆନ କମ୍ପିଟେଟିଭନେସ୍‌ ଇନ୍‌ଷ୍ଟିଚ୍ୟୁଟର ‘ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ ଇଣ୍ଡୋକ୍ସ’ ରିପୋର୍ଟରେ ଓଡ଼ିଶାର ସ୍ଥାନ ୧୪ରେ ଥିଲା। ଶିଳ୍ପାୟନ ଓ ନିବେଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ରହିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।

Related story