ଓଡ଼ିଶାରେ ଉଦ୍‌ଘାଟିତ ହେଲା ଆଧାର ଭିତ୍ତିକ ଏଟିଏମ୍‌

ଭୁବନେଶ୍ୱର: ଓଡ଼ିଶାରେ ଉଦ୍‌ଘାଟିତ ହୋଇଛି ଘରୋଇ ବ୍ୟାଙ୍କ ଡିସିବିର ପ୍ରଥମ ଆଧାର ଭିତ୍ତିକ ଏଟିଏମ୍‌। ରାଜ୍ୟରେ ୫ଟି ଶାଖା ଲୋକାର୍ପିତ ହୋଇଛି। ଏହି ଏଟିଏମ୍‌ କାର୍ଡ ଦ୍ୱାରା ଗ୍ରାହକମାନେ ଡେବିଟ୍‌ କାର୍ଡ ବଦଳରେ ଆଧାର ନମ୍ବର କିମ୍ବା ଟିପଚିହ୍ନ ଦେଇ କାରବାର କରିପାରିବେ। ବ୍ୟାଙ୍କ ପକ୍ଷରୁ ବିଜିପୁର, କଟକ, ଢେଙ୍କାନାଳ, ପାଲ୍ଲା ଓ ପଥରପଡ଼ାରେ ଏହି ଶାଖା ଖୋଳା ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡିସିବି ବ୍ୟାଙ୍କର ନିର୍ଦ୍ଦେଶକ […]

dcb bank

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 04:57 PM IST

ଭୁବନେଶ୍ୱର: ଓଡ଼ିଶାରେ ଉଦ୍‌ଘାଟିତ ହୋଇଛି ଘରୋଇ ବ୍ୟାଙ୍କ ଡିସିବିର ପ୍ରଥମ ଆଧାର ଭିତ୍ତିକ ଏଟିଏମ୍‌। ରାଜ୍ୟରେ ୫ଟି ଶାଖା ଲୋକାର୍ପିତ ହୋଇଛି। ଏହି ଏଟିଏମ୍‌ କାର୍ଡ ଦ୍ୱାରା ଗ୍ରାହକମାନେ ଡେବିଟ୍‌ କାର୍ଡ ବଦଳରେ ଆଧାର ନମ୍ବର କିମ୍ବା ଟିପଚିହ୍ନ ଦେଇ କାରବାର କରିପାରିବେ।

ବ୍ୟାଙ୍କ ପକ୍ଷରୁ ବିଜିପୁର, କଟକ, ଢେଙ୍କାନାଳ, ପାଲ୍ଲା ଓ ପଥରପଡ଼ାରେ ଏହି ଶାଖା ଖୋଳା ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡିସିବି ବ୍ୟାଙ୍କର ନିର୍ଦ୍ଦେଶକ ମୂରଲୀ ଏମ. ନଟରାଜନ, ଇନକ୍ଲ୍ୟୁସିଭ ବ୍ୟାଙ୍କ ମୁଖ୍ୟ ନରେନ୍ଦ୍ରନାଥ ମିଶ୍ର ଯୋଗ ଦେଇଥିଲେ।

Related story