ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ କେଉଁଠି ଚାଲିପାରିବ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍?

ନୂଆଦିଲ୍ଲୀ: ଆଜିଠାରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କେଉଁ କେଉଁ ସ୍ଥାନରେ ବ୍ୟବହାର କରାଯାଇପାରିବ ସେ ନେଇ ଆଜି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ନିମ୍ନ ଲିଖିତ ସ୍ଥାନଗୁଡ଼ିକରେ ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବ୍ୟବହାର କରାଯାଇପାରିବ। ସମସ୍ତ ଔଷଧ ଦୋକାନ, ଘରୋଇ […]

thousandrupee

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 07:03 PM IST

ନୂଆଦିଲ୍ଲୀ: ଆଜିଠାରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କେଉଁ କେଉଁ ସ୍ଥାନରେ ବ୍ୟବହାର କରାଯାଇପାରିବ ସେ ନେଇ ଆଜି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ବିଜ୍ଞପ୍ତି ଅନୁଯାୟୀ ନିମ୍ନ ଲିଖିତ ସ୍ଥାନଗୁଡ଼ିକରେ ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବ୍ୟବହାର କରାଯାଇପାରିବ।

  • ସମସ୍ତ ଔଷଧ ଦୋକାନ, ଘରୋଇ ଓ ସରକାରୀ ହସ୍‌ପିଟାଲ୍‌ରେ ପୁରୁଣା ନୋଟ୍ ଦେଇ ହେବ
  • ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ଟୋଲ୍ ଗେଟ୍‌ରେ ପୁରୁଣା ନୋଟ୍ ଚଳିବ
  • ପେଟ୍ରୋଲ୍‌, ଡିଜେଲ୍‌, ଏଲ୍‌ପିଜି ସିଲିଣ୍ଡର କିଣିପାରିବେ
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳିତ କୋଅପରେଟିଭ୍‌ ଷ୍ଟୋରରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଦୁଗ୍ଧ କିଣିବା
  • ବିମାନ, ଟ୍ରେନ୍‌ ଓ ମେଟ୍ରୋରେ ଯାତ୍ରା ଓ କ୍ୟାଟରିଂ ସଂସ୍ଥାର ଦେୟ
  • ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ଲାଗି ସାମଗ୍ରୀ କିଣିବା
  • ଏଏସ୍‌ଆଇ ପରିଚାଳିତ କୌଣସି ଐତିହାସିକ ସ୍ଥାନ ବୁଲିବା ଲାଗି ଆବଶ୍ୟକ ଟିକେଟ୍ ପୁରୁଣା ନୋଟ୍ ଦେଇପାରିବେ

Related story