ଓଏମ୍‌ସିର ଉତ୍ପାଦନ କ୍ଷମତା ୬.୫୫ ମିଲିୟନ ଟନ୍‌କୁ ବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ୱର: ଓଏମସିର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ୨୦୧୬-୧୭ରେ ଓଏମସିର ଉତ୍ପାଦନ ୬.୫୫ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦୧୭-୧୮ ବର୍ଷରେ ଉତ୍ପାଦନ ୧୦ ମିଲିୟନ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଉତ୍ପାଦନ ବୃଦ୍ଧି ପାଇଁ ମେକାନାଇଜ୍ଡ଼ ବ୍ୟବସ୍ଥା ପ୍ରଚଳନ କରାଯିବ। ଖଣିଜ  ପଦାର୍ଥ ଉତ୍ତୋଳନ ନେଇ ପର୍ଯ୍ୟାୟ କ୍ରମେ ପରିବେଶ ଓ […]

aditya-padhy

Rakesh Mallick
  • Published: Tuesday, 23 February 2016
  • , Updated: 23 February 2016, 09:49 AM IST

ଭୁବନେଶ୍ୱର: ଓଏମସିର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ୨୦୧୬-୧୭ରେ ଓଏମସିର ଉତ୍ପାଦନ ୬.୫୫ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦୧୭-୧୮ ବର୍ଷରେ ଉତ୍ପାଦନ ୧୦ ମିଲିୟନ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଉତ୍ପାଦନ ବୃଦ୍ଧି ପାଇଁ ମେକାନାଇଜ୍ଡ଼ ବ୍ୟବସ୍ଥା ପ୍ରଚଳନ କରାଯିବ। ଖଣିଜ  ପଦାର୍ଥ ଉତ୍ତୋଳନ ନେଇ ପର୍ଯ୍ୟାୟ କ୍ରମେ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ଦିଆଯାଉଥିବା ଓଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯେତିକି ମାଇନ୍ସ ଅଛି, ତାହାର ଉତ୍ପାଦନ ବୃଦ୍ଧି ଲାଗି ଆଲୋଚନା ହୋଇଥିଲା। ସେହିପରି ମାଇନ୍ସ ସେକ୍ଟରରେ ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ମଧ୍ୟ ଆଲୋଚନା ହୋଇଥିଲା।

Related story