ଓମଫେଡ୍ ଆରମ୍ଭ କଲା ଅନଲାଇନ୍ ବିକ୍ରି
ଭୁବନେଶ୍ୱର: ଭୁବନେଶ୍ୱର ବାସୀଙ୍କ ପାଇଁ ଖୁସିଖବର। ଏଣିକି ଘରେ ବସି ଅନଲାଇନରେ ଅର୍ଡର କରିପାରିବେ ଓମଫେଡ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ। ମାତ୍ର ୫୦ଟଙ୍କା ମୂଲ୍ୟ ବିନିମୟରେ ୩୦ମିନିଟ ମଧ୍ୟରେ ଲୋକମାନଙ୍କୁ ଏହି ସେବା ଯୋଗାଇ ଦେବ ଓମଫେଡ୍। ଭୁବନେଶ୍ୱରର ଗ୍ରାହକମାନେ omfed.inରେ ଓମଫେଡ୍ କ୍ଷୀର ସହିତ ଏହାର ଅନ୍ୟାନ୍ୟ କ୍ଷୀରଜାତ ଦ୍ରବ୍ୟ କିଣିବା ପାଇଁ ବରାଦ କରିପାରିବେ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଓମଫେଡ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କିଛି ଛକ ଜାଗାରେ […]
ଭୁବନେଶ୍ୱର: ଭୁବନେଶ୍ୱର ବାସୀଙ୍କ ପାଇଁ ଖୁସିଖବର। ଏଣିକି ଘରେ ବସି ଅନଲାଇନରେ ଅର୍ଡର କରିପାରିବେ ଓମଫେଡ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ। ମାତ୍ର ୫୦ଟଙ୍କା ମୂଲ୍ୟ ବିନିମୟରେ ୩୦ମିନିଟ ମଧ୍ୟରେ ଲୋକମାନଙ୍କୁ ଏହି ସେବା ଯୋଗାଇ ଦେବ ଓମଫେଡ୍। ଭୁବନେଶ୍ୱରର ଗ୍ରାହକମାନେ omfed.inରେ ଓମଫେଡ୍ କ୍ଷୀର ସହିତ ଏହାର ଅନ୍ୟାନ୍ୟ କ୍ଷୀରଜାତ ଦ୍ରବ୍ୟ କିଣିବା ପାଇଁ ବରାଦ କରିପାରିବେ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଓମଫେଡ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କିଛି ଛକ ଜାଗାରେ ମଧ୍ୟ ଅତ୍ୟାଧୁନିକ ପାର୍ଲର ଖୋଲିବାର ଯୋଜନା ରଖାଯାଇଛି। ସେହିଭଳି ଗୁଣାତ୍ମକ ମାନର ଦ୍ରବ୍ୟର ବିକ୍ରି ପାଇଁ ରାଜ୍ୟ ସରକାର ଆଉ ୧୦ଟି ଅତ୍ୟାଧୁନିକ ଆଇସକ୍ରିମ ପାର୍ଲର ଖୋଲିବାକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି।