ଆଜି ଆସିବ ୪୮ ମେଗା ପିକ୍ସେଲ କ୍ୟାମେରା ଥିବା Oppo ଫୋନ୍

ନୂଆଦିଲ୍ଲୀ: ଆଜି ଭାରତୀୟ ବଜାରରେ ଲଞ୍ଚ୍‌ ହେବାକୁ ଯାଉଛି ସ୍ମାର୍ଟଫୋନ୍‌ Oppo F11 Pro। ମୁମ୍ୱାଇର ଏକ ଇଭେଣ୍ଟରେ ଲଞ୍ଚ୍‌ କରାଯିବାକୁ ଥିବା ଏହି ଫୋନ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ୍‌ ରହିଛି। ଏହା ସହିତ ଆପଣ ଏଥିରେ ପପ୍‌ ଅପ୍‌ ସେଲ୍ଫି କ୍ୟାମେରା ମଧ୍ୟ ପାଇବେ। Oppo F11 Proରେ ରହିଛି ଏହି ସବୁ ବୈଶିଷ୍ଟ୍ୟ: ୧. ଏହାର ପ୍ରାଇମେରୀ କ୍ୟାମେରା ୪୮ ମେଗା ପିକ୍ସେଲ୍‌ ରହିଛି। ଯାହାର […]

oppo

Subrat Kumar Nayak
  • Published: Tuesday, 05 March 2019
  • , Updated: 05 March 2019, 03:31 PM IST

ନୂଆଦିଲ୍ଲୀ: ଆଜି ଭାରତୀୟ ବଜାରରେ ଲଞ୍ଚ୍‌ ହେବାକୁ ଯାଉଛି ସ୍ମାର୍ଟଫୋନ୍‌ Oppo F11 Pro। ମୁମ୍ୱାଇର ଏକ ଇଭେଣ୍ଟରେ ଲଞ୍ଚ୍‌ କରାଯିବାକୁ ଥିବା ଏହି ଫୋନ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ୍‌ ରହିଛି। ଏହା ସହିତ ଆପଣ ଏଥିରେ ପପ୍‌ ଅପ୍‌ ସେଲ୍ଫି କ୍ୟାମେରା ମଧ୍ୟ ପାଇବେ।

Oppo F11 Proରେ ରହିଛି ଏହି ସବୁ ବୈଶିଷ୍ଟ୍ୟ:
୧. ଏହାର ପ୍ରାଇମେରୀ କ୍ୟାମେରା ୪୮ ମେଗା ପିକ୍ସେଲ୍‌ ରହିଛି। ଯାହାର ଆପର୍ଚର୍‌ f/1.79 ରହିଛି।
୨. ଏଥିରେ ୫ ମେଗା ପିକ୍ସେଲ୍‌ର ସେକେଣ୍ଡାରୀ କ୍ୟାମେରା ମଧ୍ୟ ରହିଛି।
୩. Oppo F11 Proରେ VOOC 3.0 ଫାଷ୍ଟ୍‌ ଚାର୍ଜିଙ୍ଗ୍‌ ସପୋର୍ଟ ରହିଛି।
୪. ଏହା ସହିତ ନଚ୍‌-ଲେସ୍‌ ଡିସପ୍ଲେ ଓ ରିଅର୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍ସର୍‌ ଦିଆଯାଇଛି।
୫. ଏହି ଫୋନ୍‌ରେ 4,000mAhର ବ୍ୟାଟେରୀ ସୁବିଧା ରହିଛି।
୬. ଏଥିରେ ୬ ଜିବି ରାମ୍‌ ସହିତ ଇଣ୍ଟରନାଲ୍ ଷ୍ଟୋରେଜ୍‌ ପାଇଁ ୬୪ ଜିବି ଦିଆଯାଇଛି।

ତେବେ କମ୍ପାନୀ ଏ ପର୍ଯ୍ୟନ୍ତ ଫୋନ୍‌ର ମୂଲ୍ୟ କେତେ ରହିବ ପ୍ରକାଶ କରିନାହିଁ। ସୂଚନା ଅନୁସାରେ ଏକ ମିଡ୍‌ ରେଞ୍ଜ୍‌ ବଜେଟ୍‌ରେ ଆପଣ ଏହି ଫୋନ୍‌କୁ ପାଇପାରିବେ। ଏହାର ମୂଲ୍ୟ ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି।

ଏହି ଫୋନ୍‌ରେ ୪୮ ମେଗା ପିକ୍ସେଲ୍‌ କ୍ୟାମେରା ପାଇଁ ହାଇଏଣ୍ଡ୍‌ Sony IMX586 ସେନ୍‌ସର୍‌ର ଉପଯୋଗ କରାଯାଇଛି।
Oppo F11 Pro ସ୍ମାର୍ଟଫୋନ୍‌କୁ ଅନ୍ୟ କେଉଁ ଦେଶରେ ଲଞ୍ଚ୍‌ କରାଯାଇନାହିଁ। ଏହି ମଡେଲ୍‌କୁ କମ୍ପାନୀ ପ୍ରଥମେ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫୋନ୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମ ୟୁଟ୍ୟୁବ୍‌ରେ ସିଧାପ୍ରସାରଣ ହେବ।

Related story