ଓପୋର ଏହି ସ୍ମାର୍ଟ ଫୋନ୍‌ ଉପରେ ରହିଛି ୬ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ  Oppo F3 Plus ଫୋନ୍ ଲଞ୍ଚ ହୋଇଥିଲା। ପ୍ରଥମରୁ  ଏହି ଫୋନ୍‌  ଉପରେ ସୀମିତ ସମୟ ପର୍ଯ୍ୟନ୍ତ  ଅଫର ଥିଲା। ହେଲେ ଏବେ ଏହି ସ୍ମାର୍ଟ ଫୋନ୍ ପାଇଁ କମ୍ପାନୀ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଇ-କମର୍ଶ ୱେବସାଟ୍‌ ଫ୍ଲିପକାର୍ଟ ମାଧ୍ୟମରେ ଏହି ଫୋନ୍‌ କିଣିଲେ ଆପଣଙ୍କୁ ୬ ହଜାର ଟଙ୍କାର ରିହାତି ମିଳିବ।  ଏହି ଫୋନ୍‌ର ପ୍ରକୃତ ମୂଲ୍ୟ ୩୦,୯୯୦ ଟଙ୍କା ଥିବା ବେଳେ ଅନ୍‌ଲାଇନ୍‌ରେ ଅର୍ଡ଼ର କଲେ […]

Oppo

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 06:14 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ  Oppo F3 Plus ଫୋନ୍ ଲଞ୍ଚ ହୋଇଥିଲା। ପ୍ରଥମରୁ  ଏହି ଫୋନ୍‌  ଉପରେ ସୀମିତ ସମୟ ପର୍ଯ୍ୟନ୍ତ  ଅଫର ଥିଲା। ହେଲେ ଏବେ ଏହି ସ୍ମାର୍ଟ ଫୋନ୍ ପାଇଁ କମ୍ପାନୀ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଇ-କମର୍ଶ ୱେବସାଟ୍‌ ଫ୍ଲିପକାର୍ଟ ମାଧ୍ୟମରେ ଏହି ଫୋନ୍‌ କିଣିଲେ ଆପଣଙ୍କୁ ୬ ହଜାର ଟଙ୍କାର ରିହାତି ମିଳିବ।  ଏହି ଫୋନ୍‌ର ପ୍ରକୃତ ମୂଲ୍ୟ ୩୦,୯୯୦ ଟଙ୍କା ଥିବା ବେଳେ ଅନ୍‌ଲାଇନ୍‌ରେ ଅର୍ଡ଼ର କଲେ ଆପଣ  ୬ ହଜାର ଟଙ୍କା କମ୍‌ ଅର୍ଥାତ ୨୪,୯୯୦ ଟଙ୍କାରେ ପାଇବେ ।  ଏହି ଫୋନ୍ ଚଳିତ ବର୍ଷ ମାର୍ଚ୍ଚ ମାସରେ ଲଞ୍ଚ ହୋଇଥିଲା। ଯାହାର ମୂଲ୍ୟ ଥିଲା ୩୦,୯୯୦ ଟଙ୍କା। ତେବେ ଜୁନ୍‌ ମାସରେ ଏହି ଫୋନ୍‌ରେ ଅଫର ଆସିଥିଲା।  ଏଥିରେ

ସବୁଠୁ ବଡ଼ ଫିଚର ହେଉଛି ଡ୍ୟୁଆଲ ସେଲଫି ।  ସେଲଫି ପାଇଁ ଏଥିରେ ୧୬ ଏମପିର ଲେନ୍ସ ରହିଛି। ସେହିପରି ଅନ୍ୟଟି ୮ଏମପିର ରହିଛି। ଆପଣ ଏଥିରୁ ଯେକୌଣସି ଲେନ୍ସ ବ୍ୟବହାର କରିପାରିବେ। ସେହିପରି ଏଥିରେ Betfighter 4.0 app, Self Peperomas, Screen Flash, Palm Shutter, Voice Shot ଆଦି ସୁବିଧା ରହିଛି। Oppo F3 Plus ଫୋନ୍‌ରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି। ଏହି ସେନ୍ସର ଏତେ ଫାଷ୍ଟ ଯେ, ୦.୨ ସେକେଣ୍ଡରେ ଏହି ଫୋନ୍‌ ଖୋଲିଯିବ। ଏଥିରେ ୬ ଇଞ୍ଚର ଡିସପ୍ଲେ ଆସୁଛି। ୪ ଜିବି ରାମ ସହ ଇଣ୍ଟରନାଲ ମେମୋରି ୬୪ ଜିବି, octa-core Qualcomm Snapdragon 652 ପ୍ରସେସର ରହିଛି।

Related story