ପାରାଦୀପରେ ପ୍ରତିଷ୍ଠା ହେବ କଣ୍ଟେନର ଟର୍ମିନାଲ

ପାରାଦୀପ: ପାରାଦୀପରେ ପ୍ରତିଷ୍ଠା ହେବ କଣ୍ଟେନର ଟର୍ମିନାଲ। ଏହାକୁ କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (କଙ୍କର) ପ୍ରତିଷ୍ଠା କରିବ। ଆଜି ବନ୍ଦର ଅଧ୍ୟକ୍ଷଙ୍କ ସହ ଆଲୋଚନା ଓ ଅନୁଧ୍ୟାନ ପରେ ଏହା କହିଛନ୍ତି କଙ୍କର ନିର୍ଦ୍ଦେଶକ ଭି. କଲ୍ୟାଣ ରାମା। ଏଥିପାଇଁ ଆନୁସଙ୍ଗିକ ସୁବିଧା ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେବେ। ଆଜି କଙ୍କର ନିର୍ଦ୍ଦେଶକ ଭି. କଲ୍ୟାଣ ରାମା ଦିନିକିଆ ଗସ୍ତରେ ପାରାଦୀପ ଆସି ବନ୍ଦରର ଭିତ୍ତିଭୂମି ଅନୁଧ୍ୟାନ କରିବା ସହିତ ବନ୍ଦର ଅଧ୍ୟକ୍ଷ […]

paradip-1

Rakesh Mallick
  • Published: Thursday, 18 February 2016
  • , Updated: 18 February 2016, 02:03 PM IST

ପାରାଦୀପ: ପାରାଦୀପରେ ପ୍ରତିଷ୍ଠା ହେବ କଣ୍ଟେନର ଟର୍ମିନାଲ। ଏହାକୁ କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (କଙ୍କର) ପ୍ରତିଷ୍ଠା କରିବ। ଆଜି ବନ୍ଦର ଅଧ୍ୟକ୍ଷଙ୍କ ସହ ଆଲୋଚନା ଓ ଅନୁଧ୍ୟାନ ପରେ ଏହା କହିଛନ୍ତି କଙ୍କର ନିର୍ଦ୍ଦେଶକ ଭି. କଲ୍ୟାଣ ରାମା। ଏଥିପାଇଁ ଆନୁସଙ୍ଗିକ ସୁବିଧା ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେବେ।

ଆଜି କଙ୍କର ନିର୍ଦ୍ଦେଶକ ଭି. କଲ୍ୟାଣ ରାମା ଦିନିକିଆ ଗସ୍ତରେ ପାରାଦୀପ ଆସି ବନ୍ଦରର ଭିତ୍ତିଭୂମି ଅନୁଧ୍ୟାନ କରିବା ସହିତ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ସହ ଆଲୋଚନା କରି ଫେରିଛନ୍ତି। ପ୍ରଥମେ ନିର୍ଦ୍ଦେଶକ କଲ୍ୟାଣ ରାମା ବନ୍ଦର ପ୍ରଶାସନିକ ଭବନରେ ପହଞ୍ଚିବା ପରେ ତାଙ୍କୁ ବନ୍ଦର ଉପାଧ୍ୟକ୍ଷ ଏନ୍. ଭାୟାପୁରୀ ସ୍ୱାଗତ ଜଣାଇଥିଲେ। ପରେ ବନ୍ଦର ଅଧ୍ୟକ୍ଷଙ୍କ ସହ ମିଳିତ ଆଲୋଚନାରେ ଟର୍ମିନାଲ୍ ମ୍ୟାପ ଦେଖିବା ସହ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପୂର୍ବରୁ ପାରାଦୀପ ବନ୍ଦରରେ କେବେ କେମିତି କଣ୍ଟେନର ସିପ୍ ଲାଗୁଥିଲା। ପୂର୍ବରୁ କିଛି ମୂଲ୍ୟବାନ ପଣ୍ୟ ଏଠାରୁ ସଡ଼କ ଓ ରେଳପଥରେ ଭାଇଜାଗ ବନ୍ଦରକୁ ନିଆଯିବା ପରେ ସେଠାରୁ କଣ୍ଟେନର ଯୋଗେ ବିଦେଶକୁ ରପ୍ତାନୀ ହେଉଥିଲା। ବର୍ତ୍ତମାନ ପାରାଦୀପ ବନ୍ଦର ନିକଟରେ ଶିଳ୍ପାନୁଷ୍ଠାନରେ କଣ୍ଟେନରରେ କାର୍ଗୋ ପରିବହନ ନେଇ ଚାହିଦା ବୃଦ୍ଧି ପାଉଥିବାରୁ ଏଠାରେ ଏକ ସ୍ଥାୟୀ କଣ୍ଟେନର ଟର୍ମିନାଲ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ଆମନ୍ତ୍ରଣ କ୍ରମେ କଙ୍କର ନିର୍ଦ୍ଦେଶକ ଆସି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି।

କଙ୍କର ଭାରତୀୟ ରେଳ ମନ୍ତ୍ରଣାଳୟର ଏକ ଉଦ୍ୟୋଗ। ଦେଶରେ କଙ୍କର ୬୩ଟି ଟର୍ମିନାଲ୍ ପରିଚାଳନା କରୁଛି। ଜାହାଜରୁ କଣ୍ଟେନର ଯୋଗେ ପଣ୍ୟ ଆମଦାନୀ ଓ ରପ୍ତାନୀ ସହ ସମ୍ପୃକ୍ତ ସଂସ୍ଥାର ଗୋଦାମ ଗୃହ ପର୍ଯ୍ୟନ୍ତ ନିରାପଦରେ ପରିବହନ କରିବା ହେଉଛି କଙ୍କର କର୍ତ୍ତୃପକ୍ଷଙ୍କ କାମ।

ପାରାଦୀପ ବନ୍ଦରରେ ଥିବା ଭିତ୍ତିଭୂମିରେ କିଛିଟା ଉନ୍ନତି କରାଯିବା ପରେ ଏଠାରେ ସମ୍ପୂର୍ଣ୍ଣ କଣ୍ଟେନର କାର୍ଯ୍ୟକ୍ଷମ କରିବାକୁ ସକ୍ଷମ ହୋଇପାରିବ। ଏଥିପାଇଁ କଙ୍କର ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫କୋଟି ଟଙ୍କା ବିନିଯୋଗ ଲକ୍ଷ ରଖାଯାଇଛି। ବାକି ଅର୍ଥ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି। ୧୦ବର୍ଷ ମଧ୍ୟରେ ପ୍ରାୟ ୪୦୦ ଏକର ଯାଗାରେ ସ୍ୱତନ୍ତ୍ର ଭାବେ ଏହି ଟର୍ମିନାଲ୍ ସମ୍ପ୍ରସାରଣ କରାଯିବାକୁ ଯୋଜନା ରହିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ୪ରୁ ୫ମାସ ମଧ୍ୟରେ ଟର୍ମିନାଲ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପ୍ରଥମେ ସାମୁଦ୍ରିକ ପଣ୍ୟ, ନାଲକୋର ଆଲମୁନିୟମ୍, ବେଦାନ୍ତ, ଭୂଷଣ ଓ ଜିନ୍ଦଲର ପଣ୍ୟ ମଧ୍ୟ କାରବାର କରାଯିବ ବୋଲି କଙ୍କର ନିର୍ଦ୍ଦେଶକ କଲ୍ୟାଣ ରାମା କହିଛନ୍ତି।

Related story