ପାରାଦୀପ-ସୁରତ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ସହ ବିଭିନ୍ନ ପ୍ରକଳ୍ପରେ ଅର୍ଥ ବିନିଯୋଗ କରିବ ୟୁଏଇ

ନୂଆଦିଲ୍ଲୀ: ପାରାଦୀପ-ସୁରତ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ସହ ବିଭିନ୍ନ ପ୍ରକଳ୍ପରେ ୟୁଏଇ ବିପୁଳ ଅର୍ଥ ବିନିଯୋଗ କରିବ। ଏହା ଜଣାପଡିଛି ଆଜି ତୈଳ ଓ ଗ୍ୟାସ ପ୍ରକଳ୍ପ ସହଯୋଗ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ଚୁକ୍ତିନାମା ହୋଇଛି। ଆଜି ଭାରତ ସହ ୟୁଏଇ କରିଛି ଏପରି ଅଭିନବ ବୁଝାମଣା। ବୁଝାମଣା ଅନୁସାରେ ୟୁଏଇ ଭାରତରେ ଅଶୋଧିତ ତୈଳ ମହଜୁଦ ରଖିବ । ବଦଳରେ ଏହାର ଏକ ତୃତୀୟାଂଶ ତୈଳ ଭାରତକୁ ଦେବ। ୟୁଏଇର ଶକ୍ତି ମନ୍ତ୍ରୀ […]

dharmendra-uae

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 06:01 PM IST

ନୂଆଦିଲ୍ଲୀ: ପାରାଦୀପ-ସୁରତ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ସହ ବିଭିନ୍ନ ପ୍ରକଳ୍ପରେ ୟୁଏଇ ବିପୁଳ ଅର୍ଥ ବିନିଯୋଗ କରିବ। ଏହା ଜଣାପଡିଛି ଆଜି ତୈଳ ଓ ଗ୍ୟାସ ପ୍ରକଳ୍ପ ସହଯୋଗ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ଚୁକ୍ତିନାମା ହୋଇଛି। ଆଜି ଭାରତ ସହ ୟୁଏଇ କରିଛି ଏପରି ଅଭିନବ ବୁଝାମଣା।

ବୁଝାମଣା ଅନୁସାରେ ୟୁଏଇ ଭାରତରେ ଅଶୋଧିତ ତୈଳ ମହଜୁଦ ରଖିବ । ବଦଳରେ ଏହାର ଏକ ତୃତୀୟାଂଶ ତୈଳ ଭାରତକୁ ଦେବ। ୟୁଏଇର ଶକ୍ତି ମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ବେଳେ ଏହି ନିଷ୍ପତ୍ତି ହୋଇଛି। ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ବିଶାଖାପାଟଣା ଓ ମାଙ୍ଗାଲୋରରେ ୫.୩୩ ମିଲିୟନ ଟନ୍‌ ଅଶୋଧିତ ତୈଳ ରଖିବା ଲାଗି ଭୂତଳ ଭଣ୍ଡାର ନିର୍ମାଣ ଚାଲିଛି। ୟୁଏଇର ଜାତୀୟ ତୈଳ କମ୍ପାନୀ ଏଠାରେ ତେଲ ଗଚ୍ଛିତ ରଖିବାକୁ ନିଷ୍ପତ୍ତି ନେଇଛି।

Related story