ଚାଷୀ ଉଠାଇପାରିବେ ପଚିଶ ହଜାର, କୃଷି ବୀମା ପ୍ରିମିୟମ ପଇଠ ସୀମା ବୃଦ୍ଧି

ନୂଆଦିଲ୍ଲୀ: ଏବେ ଖରିଫ ଧାନ ସଂଗ୍ରହ ଓ ରବି ବିହନ କିଣା ସମୟ ହୋଇଥିବାରୁ ଚାଷୀମାନେ ଯେପରି ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନେଇ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଆଜି ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି, ମଣ୍ଡି ବ୍ୟବସାୟୀ ସପ୍ତାହକୁ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଉଠାଇ ପାରିବେ। ଫଳରେ ସେମାନେ ଶ୍ରମିକମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଦେଇପାରିବେ। […]

farmers

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 01:33 PM IST

ନୂଆଦିଲ୍ଲୀ: ଏବେ ଖରିଫ ଧାନ ସଂଗ୍ରହ ଓ ରବି ବିହନ କିଣା ସମୟ ହୋଇଥିବାରୁ ଚାଷୀମାନେ ଯେପରି ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନେଇ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଆଜି ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି, ମଣ୍ଡି ବ୍ୟବସାୟୀ ସପ୍ତାହକୁ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଉଠାଇ ପାରିବେ। ଫଳରେ ସେମାନେ ଶ୍ରମିକମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଦେଇପାରିବେ। ଚାଷୀଙ୍କ ଧାନ ବିକା ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ସେମାନେ ସେଥିରୁ ସପ୍ତାହକୁ ପଚିଶ ହଜାର ଟଙ୍କା ଉଠାଇ ପାରିବେ। ତା’ସହିତ କୃଷି ବୀମା ପ୍ରିମିୟମ ପଇଠ ସୀମା ଅବଧିକୁ ୧୫ ଦିନ ବଢ଼ାଇ ଦିଆଯାଇଛି।

Related story