ନୂଆ ସେବା ଆଣୁଛି ପେ-ଟିଏମ୍ : ଅନ୍ୟ ପାଖକୁ ଟଙ୍କା ବି ପଠାଇ ପାରିବେ

ପେ-ଟିଏମ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ମୋବାଇଲ ୱାଲେଟ କମ୍ପାନୀ ପେ-ଟିଏମ୍ ଖୁବଶୀଘ୍ର ୟୁନିଫାଏଡ୍ ଇଣ୍ଟରଫେସ୍ ପେମେଣ୍ଟ ସେବାର ଶୁଭାରମ୍ଭ କରିବାକୁ ଯାଉଛି। ଏହି ସେବା ମାଧ୍ୟମରେ ଆପଣ କୌଣସି ବ୍ୟକ୍ତିଙ୍କ ପାଖକୁ ସହଜରେ ଟଙ୍କା ପଠେଇ ପାରିବେ। ଏହି ସେବା ସଂପର୍କରେ ସୂଚନା ଦେଇ ପେଟିଏମ୍ କର୍ତ୍ତୃପକ୍ଷ କହିଛନ୍ତି, ଏଥିପାଇଁ ଗ୍ରାହକଙ୍କୁ ନିଜ ପେ-ଟିଏମ୍ ଆକାଉଣ୍ଟରେ ଏକ ସ୍ୱତନ୍ତ୍ର ୟୁପିଆଇ ଆଇଡି କ୍ରିଏଟ୍ କରିବାକୁ ପଡ଼ିବ। ଯେଉଁଥିରେ ଆପଣ ଚାହିଁଲେ ଅନ୍ୟ କାହା ପାଖକୁ ଟଙ୍କା […]

paytm

Rakesh Mallick
  • Published: Tuesday, 20 June 2017
  • , Updated: 20 June 2017, 03:23 PM IST

ପେ-ଟିଏମ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ମୋବାଇଲ ୱାଲେଟ କମ୍ପାନୀ ପେ-ଟିଏମ୍ ଖୁବଶୀଘ୍ର ୟୁନିଫାଏଡ୍ ଇଣ୍ଟରଫେସ୍ ପେମେଣ୍ଟ ସେବାର ଶୁଭାରମ୍ଭ କରିବାକୁ ଯାଉଛି। ଏହି ସେବା ମାଧ୍ୟମରେ ଆପଣ କୌଣସି ବ୍ୟକ୍ତିଙ୍କ ପାଖକୁ ସହଜରେ ଟଙ୍କା ପଠେଇ ପାରିବେ। ଏହି ସେବା ସଂପର୍କରେ ସୂଚନା ଦେଇ ପେଟିଏମ୍ କର୍ତ୍ତୃପକ୍ଷ କହିଛନ୍ତି, ଏଥିପାଇଁ ଗ୍ରାହକଙ୍କୁ ନିଜ ପେ-ଟିଏମ୍ ଆକାଉଣ୍ଟରେ ଏକ ସ୍ୱତନ୍ତ୍ର ୟୁପିଆଇ ଆଇଡି କ୍ରିଏଟ୍ କରିବାକୁ ପଡ଼ିବ। ଯେଉଁଥିରେ ଆପଣ ଚାହିଁଲେ ଅନ୍ୟ କାହା ପାଖକୁ ଟଙ୍କା ପଠେଇ ପାରିବେ ଓ ପାଇ ପାରିବେ।

ପେ-ଟିଏମ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଣୁ ସତୀ କହିଛନ୍ତି,“ଖୁବଶୀଘ୍ର ଏହି ସେବାର ଶୁଭାରମ୍ଭ ହେବାକୁ ଯାଉଛି। ଏହି ସେବା ଦ୍ୱାରା ବିଶେଷକରି ବ୍ୟବସାୟୀମାନେ ଲାଭବାନ ହେବେ। ପେ-ଟିଏମ୍ ହେଉଛି ଦେଶର ପ୍ରଥମ ଏହି ଧରଣର ସଂସ୍ଥା, ଯାହା ଏଭଳି ସୁବିଧା ଯୋଗାଇବାକୁ ଯାଉଛି। ୟା ପୂର୍ବରୁ ଭାରତରେ ଏୟାରଟେଲ ଓ ପୋଷ୍ଟାଲ୍ ଡିପାର୍ଟମେଣ୍ଟ ନିଜର ପେମେଣ୍ଟ ବ୍ୟାଙ୍କ ଆରମ୍ଭ କରିଥିଲେ।

Related story