ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଆଜି ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୩୮ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରରୁ ଏହି ଦର ଲାଗୁ ହେବ। ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୬୦ ଟଙ୍କା ୨୪ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୫୪ ଟଙ୍କା ୮୬ ପଇସା ରହିଛି। ଗତ […]

Petrol-pumps-hubli-1

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 10:06 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଆଜି ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୩୮ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରରୁ ଏହି ଦର ଲାଗୁ ହେବ।

ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୬୦ ଟଙ୍କା ୨୪ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୫୪ ଟଙ୍କା ୮୬ ପଇସା ରହିଛି।

ଗତ ମେ’ ୧୫ରେ  ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୩ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଥିଲା।

ଗତ ଏପ୍ରିଲ ୪ ତାରିଖରେ ପେଟ୍ରୋଲ୍ ଲିଟର ପିଛା ୨ ଟଙ୍କା ୧୯ ପଇସା ଓ ଡିଜେଲ୍ ଲିଟର ପିଛା ୯୮ ପଇସା ବୃଦ୍ଧି ପାଇଥିଲା

ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ୍ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଥିଲା।

ସେହିପରି ଫେବ୍ରୁଆରୀ ୨୯ରେ ଡିଜେଲ୍ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।

Related story