ନୂଆଦିଲ୍ଲୀ: ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦର କମିଛି। ପେଟ୍ରୋଲ୍ ଲିଟର ପିଛା ୭୪ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୧ଟଙ୍କା ୩୦ ପଇସା କମିଛି। ଶୁକ୍ରବାର ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ।
ଏହା ପୂର୍ବରୁ ଚଳିତ ମାସ ୪ ତାରିଖରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇଥିଲା। ତୈଳ କଂପାନୀଗୁଡ଼ିକ ପେଟ୍ରୋଲ୍ ଲିଟର ପିଛା ୨.୧୯ ଟଙ୍କା ବଢ଼ାଇଥିଲେ। ସେହିପରି ଡିଜେଲ୍ ଲିଟର ପିଛା ୯୮ ପଇସା ବଢ଼ିଥିଲା।
ତା’ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ୍ ଲିଟର ପିଛା ଦର ୩ଟଙ୍କା ୭ ପଇସା ଓ ଡିଜେଲ୍ ଲିଟର ପିଛା ୧ଟଙ୍କା ୯୦ ପଇସା ବୃଦ୍ଧି ହୋଇଥିଲା।
ଫେବ୍ରୁଆରୀ ୨୯ରେ ଡିଜେଲ୍ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।