ପେଟ୍ରୋଲ୍ ୩୨ ପଇସା କମିଲା, ଡିଜେଲ୍ ୨୮ ପଇସା ବଢିଲା

ନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୨୮ ପଇସା ବଢିଛି। ଆଜି ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର। ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ୍ ଦର କମି ଥିଲା। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୮୫ ପଇସା କମିଥିଲା। ତା’ ପୂର୍ବରୁ ଗତବର୍ଷ ଡିସେମ୍ବର […]

Petrol-Pump

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 06:14 PM IST

ନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୨୮ ପଇସା ବଢିଛି। ଆଜି ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର।

ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ୍ ଦର କମି ଥିଲା। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୮୫ ପଇସା କମିଥିଲା।

ତା’ ପୂର୍ବରୁ ଗତବର୍ଷ ଡିସେମ୍ବର ୩୧ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଇଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୬୩ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୬ ପଇସା ହ୍ରାସ କରାଯାଇଥିଲା। ତା’ ପୂର୍ବରୁ  ଡିସେମ୍ବର ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୪୬ ପଇସା ଶସ୍ତା ହୋଇଥିଲା।

୨୦୧୫ ନଭେମ୍ବର ୩୦ରେ ସରକାର ପେଟ୍ରୋଲ ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଥିଲା।

ନଭେମ୍ବର ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା।

ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା।

Related story