ବଢ଼ିଲା ପେଟ୍ରୋଲ ଓ ଡିଜେଲ୍‌ ଦର

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍‌ ଦର। ଆଜି ପେଟ୍ରୋଲ୍ ଲିଟର ପିଛା ୨ ଟଙ୍କା ୧୯ ପଇସା ଓ ଡିଜେଲ୍ ଲିଟର ପିଛା ୯୮ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରୀରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ୍ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଥିଲା। ସେହିପରି ଫେବ୍ରୁଆରୀ ୨୯ରେ ଡିଜେଲ୍ ୧ ଟଙ୍କା ୪୭ […]

Petrol-pumps-hubli-1

Rakesh Mallick
  • Published: Monday, 04 April 2016
  • , Updated: 05 April 2016, 05:06 AM IST

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍‌ ଦର। ଆଜି ପେଟ୍ରୋଲ୍ ଲିଟର ପିଛା ୨ ଟଙ୍କା ୧୯ ପଇସା ଓ ଡିଜେଲ୍ ଲିଟର ପିଛା ୯୮ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରୀରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ।

ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ୍ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଥିଲା।

ସେହିପରି ଫେବ୍ରୁଆରୀ ୨୯ରେ ଡିଜେଲ୍ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।

Related story