ନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଦର। ସୋମବାର ପେଟ୍ରୋଲ୍ ଦର ଲିଟର ପିଛା ୩ ଟଙ୍କା ୦୨ ପଇସା କମିଛି। ଏହା ସହିତ ଲଗାତାର ସପ୍ତମ ଥର ପାଇଁ ପେଟ୍ରୋଲ୍ ଦର କମିଛି।
ଅନ୍ୟପକ୍ଷରେ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଡିଜେଲ ଦର ବଢ଼ିଛି। ଡିଜେଲ୍ ଲିଟର ପିଛା ୧ଟଙ୍କା ୪୭ ପଇସା ବଢ଼ିଛି। ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ।
ଫେବୃଆରୀ ୧୮ ତାରିଖରେ ପେଟ୍ରୋଲ୍ ଦର ଲିଟର ପିଛା ୩୨ ପଇସା କମି ଥିଲା। ଅନ୍ୟପକ୍ଷରେ ଡିଜେଲ୍ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିଲା।