ପଟ୍ରୋଲ ପମ୍ପରେ ଡିଜିଟାଲ ପେମେଣ୍ଟ କଲେ ରିହାତି

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପକ୍ଷରୁ ପରିଚାଳିତ ପେଟ୍ରୋଲ ପମ୍ପରେ ତେଲ ପକାଇ ଡିଜିଟାଲ ପେମେଣ୍ଟ କଲେ ଆଜିଠୁ ଗ୍ରାହକଙ୍କୁ ରିହାତି ମିଳିବ। ଏନେଇ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁସାରେ ଗ୍ରାହକମାନଙ୍କୁ ଶୂନ ଦଶମିକ ୭୫ପ୍ରତିଶତ ରିହାତି ମିଳିବ। ଏହି ନିୟମ ଆଜି ମଧ୍ୟରାତ୍ରରୁ ଲାଗୁ ହେବ। ଏଥିପାଇଁ ଗ୍ରାହକମାନେ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ମୋବାଇଲ ୱାଲେଟ୍‌ ଓ ପ୍ରିପେଡ୍‌ ଲୟାଲିଟି କାର୍ଡ ବ୍ୟବହାର କରିପାରିବେ। କ୍ୟାସଲ୍ୟାସ୍‌ ସୋସାଇଟି ଲକ୍ଷ୍ୟରେ  କେନ୍ଦ୍ର ସରକାର କିଛି ଦିନ […]

petrol

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 02:52 PM IST

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପକ୍ଷରୁ ପରିଚାଳିତ ପେଟ୍ରୋଲ ପମ୍ପରେ ତେଲ ପକାଇ ଡିଜିଟାଲ ପେମେଣ୍ଟ କଲେ ଆଜିଠୁ ଗ୍ରାହକଙ୍କୁ ରିହାତି ମିଳିବ। ଏନେଇ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁସାରେ ଗ୍ରାହକମାନଙ୍କୁ ଶୂନ ଦଶମିକ ୭୫ପ୍ରତିଶତ ରିହାତି ମିଳିବ। ଏହି ନିୟମ ଆଜି ମଧ୍ୟରାତ୍ରରୁ ଲାଗୁ ହେବ। ଏଥିପାଇଁ ଗ୍ରାହକମାନେ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ମୋବାଇଲ ୱାଲେଟ୍‌ ଓ ପ୍ରିପେଡ୍‌ ଲୟାଲିଟି କାର୍ଡ ବ୍ୟବହାର କରିପାରିବେ। କ୍ୟାସଲ୍ୟାସ୍‌ ସୋସାଇଟି ଲକ୍ଷ୍ୟରେ  କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ଏହି ଘୋଷଣା କରିଥିଲେ। ଘୋଷଣା ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ଲାଗି  ବ୍ୟାଙ୍କ, ଇ ୱାଲେଟ୍‌ କମ୍ପାନୀ ଓ  ଏ ସମ୍ପର୍କୀତ ସେବା  ପ୍ରଦାନ କରୁଥିବା ସଂସ୍ଥା ସହ ସହବନ୍ଧିତ ହୋଇଛନ୍ତି। ଗ୍ରାହକମାନେ ପେଟ୍ରୋଲ ଟାଙ୍କିରେ ଡିଜିଟାଲ ପେମେଣ୍ଟ କଲେ ରହାତି ଟଙ୍କା ତିନି ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଚାଲିଯିବ।

Related story