ଆସିପାରେ ପ୍ଲାଷ୍ଟିକ୍ ନୋଟ୍

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରରେ ଦେଖିବାକୁ ମିଳିପାରେ ପ୍ଲାଷ୍ଟିକ୍ ନୋଟ୍। ପ୍ଲାଷ୍ଟିକ୍ ନୋଟ୍ ଛାପିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କେନ୍ଦ୍ର ସରକାର ସଂସଦକୁ ଜଣାଇଛନ୍ତି। ଗତକାଲି ଲୋକସଭାରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଥିଲେ, ପ୍ଲାଷ୍ଟିକ୍ ଅବା ପଲିମର୍ ସାମଗ୍ରୀରେ ନୋଟ୍ ଛପା ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ ଆରମ୍ଭ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ଦୀର୍ଘ ଦିରୁ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ଯୋଜନା କରି ଆସୁଛି। ସାଧାରଣତଃ […]

rbi

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 08:38 AM IST

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରରେ ଦେଖିବାକୁ ମିଳିପାରେ ପ୍ଲାଷ୍ଟିକ୍ ନୋଟ୍। ପ୍ଲାଷ୍ଟିକ୍ ନୋଟ୍ ଛାପିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କେନ୍ଦ୍ର ସରକାର ସଂସଦକୁ ଜଣାଇଛନ୍ତି।

ଗତକାଲି ଲୋକସଭାରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଥିଲେ, ପ୍ଲାଷ୍ଟିକ୍ ଅବା ପଲିମର୍ ସାମଗ୍ରୀରେ ନୋଟ୍ ଛପା ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ ଆରମ୍ଭ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ଦୀର୍ଘ ଦିରୁ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ଯୋଜନା କରି ଆସୁଛି।

ସାଧାରଣତଃ ପ୍ଲାଷ୍ଟିକ୍ ନୋଟ୍‌ର ଜୀବନକାଳ ହାରାହାରି ୫ ବର୍ଷ। ଏହାକୁ ନକଲ କରିବା କଷ୍ଟକର।

Related story