ଘରୋଇ କୋରିଅର କଂପାନୀଙ୍କଠାରୁ ପୋଷ୍ଟାଲ୍ ସ୍ପିଡ୍ ପୋଷ୍ଟ୍ ବଢ଼ିଆ କାମ କରୁଛି: ରବିଶଙ୍କର ପ୍ରସାଦ

ଭୁବନେଶ୍ୱର: ଦେଶର ସିଏଜି ଏକ ସର୍ଭେ କରିଥିଲେ। ଭାରତୀୟ ପୋଷ୍ଟାଲ ବିଭାଗର ସ୍ପିଡ୍ ପୋଷ୍ଟକୁ ନେଇ ଏହି ସର୍ଭେ କରିଥିଲେ ସିଏଜି। ଅନ୍ୟ ପ୍ରାଇଭେଟ୍ କୋରିଅର ସଂସ୍ଥାଗୁଡ଼ିକ ସହିତ ପୋଷ୍ଟାଲ ସ୍ପିଡ୍ ପୋଷ୍ଟ୍ ସେବାକୁ ତୁଳନା କରି ୮ଟି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା। ଆଉ ସର୍ଭେରୁ ସିଏଜି ଏହି ସିନ୍ଧାନ୍ତରେ ପହଞ୍ଚି ଥିଲେ ଯେ ପୋଷ୍ଟାଲ୍ ସ୍ପିଡ୍ ପୋଷ୍ଟ୍ ବଢ଼ିଆ କାମ କରୁଛି। ଗୁରୁବାର ଏହି କଥା କହିଛନ୍ତି କେନ୍ଦ୍ର ଟେଲିକମ୍ ତଥା ସୂଚନା ପ୍ରଯୁକ୍ତି […]

ravi

ravi

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 08:14 AM IST

Sports

Latest News

ଭୁବନେଶ୍ୱର: ଦେଶର ସିଏଜି ଏକ ସର୍ଭେ କରିଥିଲେ। ଭାରତୀୟ ପୋଷ୍ଟାଲ ବିଭାଗର ସ୍ପିଡ୍ ପୋଷ୍ଟକୁ ନେଇ ଏହି ସର୍ଭେ କରିଥିଲେ ସିଏଜି। ଅନ୍ୟ ପ୍ରାଇଭେଟ୍ କୋରିଅର ସଂସ୍ଥାଗୁଡ଼ିକ ସହିତ ପୋଷ୍ଟାଲ ସ୍ପିଡ୍ ପୋଷ୍ଟ୍ ସେବାକୁ ତୁଳନା କରି ୮ଟି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା। ଆଉ ସର୍ଭେରୁ ସିଏଜି ଏହି ସିନ୍ଧାନ୍ତରେ ପହଞ୍ଚି ଥିଲେ ଯେ ପୋଷ୍ଟାଲ୍ ସ୍ପିଡ୍ ପୋଷ୍ଟ୍ ବଢ଼ିଆ କାମ କରୁଛି। ଗୁରୁବାର ଏହି କଥା କହିଛନ୍ତି କେନ୍ଦ୍ର ଟେଲିକମ୍ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଭୁବନେଶ୍ୱରର ବରମୁଣ୍ଡାରେ ଏକ ନୂଆ ପୋଷ୍ଟ ଅଫିସ୍ କୋଠାର ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଥିଲେ।

ରବିଶଙ୍କର ପ୍ରସାଦ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ସବୁ କ୍ଷେତ୍ର ଭଳି ପୋଷ୍ଟାଲ୍ ବିଭାଗକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଆଧୁନିକୀକରଣ କରିବା ଉପରେ ସେ ଜୋର ଦେଇ ଆସୁଛନ୍ତି। ଏନଡିଏ ସରକାର ଆସିବା ପୂର୍ବରୁ ଦେଶରେ ଥିବା ପୋଷ୍ଟ ଅଫିସଗୁଡ଼ିକ ମଧ୍ୟରୁ କେବଳ ୨୩୬ଟିରେ କୋର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ରହିଥିଲା। ଏବେ ୨୫୯୦ଟି ପୋଷ୍ଟ ଅଫିସରେ କୋର ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେଉଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ।

ସେହିପରି ୨୦୧୩-୧୪ ଆର୍ଥିକ ବର୍ଷରେ ଦେଶରେ ପୋଷ୍ଟାଲ୍ ବିଭାଗର ମାତ୍ର ୪ଟି ଏଟିଏମ୍ ଥିଲା। କିନ୍ତୁ ୨୦୧୪-୧୫ରେ ଏହି ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି। ଏହା ସହିତ ଇ-କର୍ମସ ସେବାରୁ ପୂର୍ବ ସରକାର ଅମଳରେ ପୋଷ୍ଟାଲ୍ ବିଭାଗ ୮୦ରୁ ୯୦ କୋଟି ଆୟ କରିଥିବା ବେଳେ ଏବେ ଏହା ୫୦୦ କୋଟିକୁ ବୃଦ୍ଧି ପାଇଛି। ଏବେ ସମସ୍ତେ ଇ-କମର୍ସ ଜରିଆରେ କିଣାକିଣି କରିବାକୁ ଚାହୁଁଥିବାରୁ ଡାକ ବିଭାଗ ଅଧିକାରୀମାନେ ଏଦିଗ ପ୍ରତି ଅଧିକ ଗୁରୁତ୍ୱ ଦେବା ଜରୁରୀ ବୋଲି ସେ କହିଥିଲେ।

ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆମ ଦେଶରେ ୧୨୫ କୋଟି ଲୋକ ଅଛନ୍ତି। ବର୍ତ୍ତମାନ ଦେଶରେ ୯୮ କୋଟି ମୋବାଇଲ୍ ବ୍ୟବହାର କରାଯାଉଛି। ପ୍ରତିମାସରେ ୫୦ରୁ୬୦ ଲକ୍ଷ ନୂଆ ମୋବାଇଲ ଯୋଗ ହେଉଛି।

ସୂଚନାଯୋଗ୍ୟ, ବରମୁଣ୍ଡା ପୋଷ୍ଟ୍ ଅଫିସରେ ୧୨୦୦୦ ଆକାଉଣ୍ଟ ଅଛି। ଏହାର ନୂଆ କୋଠା ନିର୍ମାଣ ହେଲା ପରେ ଏହାକୁ ଏକ ଉଦାହରଣ ପୋଷ୍ଟ ଅଫିସରେ ପରିଣତ କରିବାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଆକାଉଣ୍ଟଧାରୀଙ୍କ ସଂଖ୍ୟାରେ ୧ ଲକ୍ଷରେ ପହଞ୍ଚାଇବାକୁ ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos