ପ୍ରଧାନମନ୍ତ୍ରୀ ଉଜ୍ୱଲ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ: ଦେଶର ଗରିବ ପରିବାରଗୁଡ଼ିକର ମହିଳାମାନଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ୮୦୦୦ କୋଟି ଟଙ୍କାର ଏକ ଯୋଜନାକୁ ମଂଜୁରୀ ଦେଇ ଦେଇଛନ୍ତି। ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ୮୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଉଜ୍ୱଲ ଯୋଜନାକୁ ମଂଜୁରୀ ମିଳିଛି। ତିନି ବର୍ଷ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି। ବିପିଏଲ୍ ପରିବାରଗୁଡ଼ିକର […]

lpg

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 11:42 AM IST

ନୂଆଦିଲ୍ଲୀ: ଦେଶର ଗରିବ ପରିବାରଗୁଡ଼ିକର ମହିଳାମାନଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ୮୦୦୦ କୋଟି ଟଙ୍କାର ଏକ ଯୋଜନାକୁ ମଂଜୁରୀ ଦେଇ ଦେଇଛନ୍ତି।

ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ୮୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଉଜ୍ୱଲ ଯୋଜନାକୁ ମଂଜୁରୀ ମିଳିଛି। ତିନି ବର୍ଷ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି। ବିପିଏଲ୍ ପରିବାରଗୁଡ଼ିକର ମହିଳା ସଦସ୍ୟମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଏଲ୍‌ପିଜି ସଂଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଏହି ଯୋଜନା ସଂପର୍କରେ ଉଲ୍ଲେଖ କରି ଥିଲେ। ସେ କହିଥିଲ ଯେ ଏବେବି ଭାରତୀୟ ମହିଳାମାନ ଚୁଲି ଫୁଙ୍କି ରୋଷେଇ କରୁଛନ୍ତି। ସେମାନଙ୍କୁ ଏଥିରୁ ମୁକ୍ତ କରିବା ପାଇଁ ସମୟ ଆସିଯାଇଛି। ସେଥିପାଇଁ ଗରିବ ପରିବାରଗୁଡ଼ିକର ମହିଳା ସଦସ୍ୟମାନଙ୍କୁ ଏଲ୍‌ପିଜି ସଂଯୋଗ ଦେବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ଯୋଜନାରେ ଆସନ୍ତା ୩ ବର୍ଷରେ ୫ କୋଟି ବିପିଏଲ୍ ପରିବାରକୁ ଏଲ୍‌ପିଜି ସଂଯୋଗ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

Related story