୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ଆରବିଆଇର ସୁଧ ହାର

ନୂଆଦିଲ୍ଲୀ: ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ଆରବିଆଇର ସୁଧ ହାର। ନିଜ କାର୍ଯ୍ୟକାଳର ଶେଷ ଆର୍ଥିକ ସମୀକ୍ଷା ବୈଠକରେ ଆଜି ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ। ଯେହେତୁ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ମୂଦ୍ରାସ୍ପୀତି ହାର ୫%ରେ ସୀମିତ ରଖିବାକୁ ଯୋଜନା ରହିଥିଲା ତେଣୁ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇଛି। ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ୍‌ ଅଭିବୃଦ୍ଧି ହାର (ଜିଡିପି) ୭.୬ ପ୍ରତିଶତରେ ରଖାଯିବା ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ […]

raghuram rajan

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 06:23 PM IST

ନୂଆଦିଲ୍ଲୀ: ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ଆରବିଆଇର ସୁଧ ହାର। ନିଜ କାର୍ଯ୍ୟକାଳର ଶେଷ ଆର୍ଥିକ ସମୀକ୍ଷା ବୈଠକରେ ଆଜି ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ। ଯେହେତୁ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ମୂଦ୍ରାସ୍ପୀତି ହାର ୫%ରେ ସୀମିତ ରଖିବାକୁ ଯୋଜନା ରହିଥିଲା ତେଣୁ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇଛି।

ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ୍‌ ଅଭିବୃଦ୍ଧି ହାର (ଜିଡିପି) ୭.୬ ପ୍ରତିଶତରେ ରଖାଯିବା ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ବଜାୟ ରହିଥିବା ନେଇ ସୂଚନା ଦେଇଛନ୍ତି ରଘୁରାମ ରାଜନ।  ଅନ୍ୟପକ୍ଷରେ ଆରବିଆଇ ସୁଧହାର ଅପରିବର୍ତ୍ତିତ ରଖିଥିବାରୁ ସାଧାରଣ ଲୋକେ ଏଥିରୁ ଉପକୃତ ହେବାର ସୂଚନା ନାହିଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି।

ଜଣେ ବିଚକ୍ଷଣ ଅର୍ଥନୀତି ବିଷାରଦ ଭାବେ ପରିଚିତ ରାଜନଙ୍କ ୩ ବର୍ଷିଆ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଶେଷ ହେବ। ତାଙ୍କର ଏହି କାର୍ଯ୍ୟକାଳ ସମୟରେ ସେ ଆରବିଆଇରେ ବହୁ ସଂସ୍କାର ଆଣିଥିଲେ।

Related story